ଶିଶୁଙ୍କ କରୋନା ଚିକିତ୍ସା ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ: ରେମ୍‌ଡେସିଭିର୍‌ ମନା, ୬ ମିନିଟ୍‌ ୱାକ୍‌ ଟେଷ୍ଟ୍‌

ନୂଆଦିଲ୍ଲୀ: ଶିଶୁଙ୍କ କ୍ଷେତ୍ରରେ କରୋନା ଚିକିତ୍ସା ପାଇଁ ଆଜି ରାତିରେ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି। ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିରେ ପିଲାମାନଙ୍କର କରୋନା ଚିକିତ୍ସା ପାଇଁ ରେମ୍‌ଡେସିଭିର୍‌ ପ୍ରୟୋଗ କରିବାକୁ ମନା କରାଯିବା ସହ ୬ ମିନିଟ୍‌ର ୱାକ୍‌ ଟେଷ୍ଟ୍‌ ଉପରେ ଗୁରୁତ୍ବ ଦିଆଯାଇଛି।

କରୋନା ସଂକ୍ରମଣ ସମୟରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମିନିଟ୍‌ ୱାକ୍‌ ଟେଷ୍ଟ୍‌ (ଚାଲିବା ପରୀକ୍ଷା) କରାଯାଉ। ଏହି ପରୀକ୍ଷା ମାତା-ପିତା କିମ୍ବା ଅନ୍ୟ ଅଭିଭାବକଙ୍କ ତଦାରଖରେ ହେବ।
ବିନା ଲକ୍ଷଣ କିମ୍ବା ମଧ୍ୟମ ଲକ୍ଷଣ ବିଶିଷ୍ଟ କରୋନା ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଇଡ୍‌ସ ବ୍ୟବହାର କରାଯିବା ଉଚିତ ନୁହେଁ।
ଷ୍ଟେରୋଇଡ୍ସ ବ୍ୟବହାର କେବଳ ସଠିକ୍‌ ସମୟରେ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧାରିତ ସୀମା ଭିତରେ ହିଁ ଦେବାକୁ ହେବ।
ଏଚ୍‌ଆର୍‌ସିଟି ସ୍କାନିଂର କମ୍‌ ବ୍ୟବହାର ହେବା ଉଚିତ।
ପିଲାଙ୍କ କ୍ଷେତ୍ରରେ ରେମ୍‌ଡେସିଭିର୍‌ ନ ଦେବା ପାଇଁ ପରାମର୍ଶ।
ମଧ୍ୟମ ଲକ୍ଷଣ ଥିବା ସଂକ୍ରମିତଙ୍କୁ ପାରାସିଟାମୋଲ୍‌ (୧୦-୧୫ଏମ୍‌ଜି) ଦେବାକୁ ପରାମର୍ଶ ଦିଆଯାଇଛି। ଏହା ୪ରୁ ୬ ଘଣ୍ଟା ବ୍ୟବଧାନରେ ହିଁ ଦିଆଯିବ।
ମଧ୍ୟମ କରୋନା ସଂକ୍ରମଣ କ୍ଷେତ୍ରରେ ଶୀଘ୍ର ଅକ୍ସିଜେନ ଥେରାପି ପାଇଁ ପରାମର୍ଶ ଦିଆଯାଇଛି।
ମଧ୍ୟମ କରୋନା ସଂକ୍ରମଣ କ୍ଷେତ୍ରରେ କୋର୍ଟିକୋଷ୍ଟେରୋଇଡ୍‌ସ ନଦେବା ପାଇଁ କୁହାଯାଇଛି। ଏହା କେବଳ ସଂକ୍ରମଣ ଅଧିକ ବଢ଼ିବା କ୍ଷେତ୍ରରେ ହିଁ ବ୍ୟବହାର କରାଯିବ।
ବିନା ଲକ୍ଷଣ କିମ୍ବା କମ୍‌ ଲକ୍ଷଣ କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ନ ଦେବା ପାଇଁ ପରାମର୍ଶ।

ସମ୍ବନ୍ଧିତ ଖବର