ଅନ୍‌ଲକ୍ ୪.୦ରେ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ

ନୂଆଦିଲ୍ଲୀ: ଅନ୍‌ଲକ୍ ୪.୦ ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଆଜି ଜାରି କରିଥିବା ନୂଆ ଗାଇଡ୍‌ଲାଇନ୍ ଅନୁସାରେ, ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ। ମାଲପତ୍ର ପରିବହନ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ।  ଏଥିପାଇଁ ପୃଥକ୍ ଅନୁମତି/ଅନୁମ‌ୋଦନ/ଇ-ପର୍‌ମିଟ୍‌ ଆବଶ୍ୟକ ହେବନାହିଁ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ‌ଟ୍ରେନ୍ ଚଳାଚଳ କରିବ। ଏଥିନିମନ୍ତେ କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜ୍ୟୁଓର ଜାରି କରିବ।

କିନ୍ତୁ, କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟଙ୍କ ଅନୁମତି ବିନା କୌଣସି ବିମାନ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ପରିବହନ କରି ପାରିବ ନାହିଁ।

କେନ୍ଦ୍ରସରକାର ଆଜି ଅନ୍‌ଲକ୍-୪ ଗାଇଡଲାଇନ୍ ‌ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅନ୍‌ଲକ୍‌-୩ର ସମୟ ସୀମା ଶେଷ ହେଉଥିବା ବେଳେ ଆଜି କେନ୍ଦ୍ର ଗୃହ ଗୃହମନ୍ତ୍ରାଳୟ ଅନ୍‌ଲକ୍‌-୪ର ଗାଇଡଲାଇନ୍‌ ଘୋଷଣା କରିଛନ୍ତି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଏହି ଅନଲକ-୪ ଗାଇଡଲାଇନ୍ ବଳବତ୍ତର ହେବନାହିଁ। କରୋନା ମହାମାରୀକୁ ନଜରରେ ରଖି ପୂର୍ବ ପରି କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମାବଳି କଡ଼ାକଡି ଭାବେ ଜାରି ‌ରହିବ। ଏହି ଗାଇଡଲାଇନ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର