ଘରୋଇ ରୁଟରେ ବିମାନ ଚଳାଚଳ ପାଇଁ ନିୟମାବଳୀ ଜାରି କଲେ କେନ୍ଦ୍ର ସରକାର, ଧାର୍ଯ୍ୟ ହେଲା ତିନି ମାସ ପାଇଁ ସର୍ବନିମ୍ନ ଓ ସର୍ବାଧିକ ବିମାନ ଭଡ଼ା

ନୂଆଦିଲ୍ଲୀ : ଭାରତରେ ଆସନ୍ତା ୨୫ ତାରିଖରୁ ଘରୋଇ ରୁଟରେ ବିମାନ ଚଳାଚଳ ଆରମ୍ଭ ହେଉଥିବାବେଳେ ଯାତ୍ରୀମାନଙ୍କ ପାଇଁ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଘରୋଇ କ୍ଷେତ୍ରରେ ବିମାନ ଚଳାଚଳର ଅଭିଜ୍ଞତା ମିଳିବା ପରେ ଅନ୍ତର୍ଜାତୀୟ ବିମାନଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଘରୋଇ ରୁଟରେ ବିମାନ ଚଳାଚଳ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ଧାର୍ଯ୍ୟ କରାଯାଇଛି । ଦିଲ୍ଲୀ-ମୁମ୍ବାଇ ରୁଟ ପାଇଁ ବିମାନ ଭଡ଼ା ସର୍ବନିମ୍ନ ୩୫୦୦ ଟଙ୍କା ଓ ସର୍ବାଧିକ ୧୦ ହଜାର ଟଙ୍କା ରଖାଯାଇଛି । ଆସନ୍ତା ତିନି ମାସ ଅର୍ଥାତ ଅଗଷ୍ଟ ୨୪ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ଭଡ଼ା ଲାଗୁ ହେବ । ସେହିପରି ସବୁ ପ୍ରକାରର ଫ୍ଲାଇଟ ରୁଟକୁ ୭ ପ୍ରକାର ଭାଗରେ ବିଭକ୍ତ କରାଯାଇଛି । ଫ୍ଲାଇଟ ସମୟକୁ ଦୃଷ୍ଟିରେ ରଖି ଏସବୁ ବର୍ଗୀକରଣ କରାଯାଇଛି । ଆହୁରି ମଧ୍ୟ ବିମାନ ସିଟର ୪୦ ପ୍ରତିଶତରୁ କମ ସିଟ ପାଇଁ ଧାର୍ଯ୍ୟ ଭଡ଼ା ରେଞ୍ଜର ଅଧାରୁ କମ ଭଡା ନିଆଯିବ । ଉଦାହରଣସ୍ୱରୂପ ଗୋଟିଏ ମୁମ୍ବାଇ-ଦିଲ୍ଲୀ ଫ୍ଲାଇଟ ପାଇଁ ଭଡ଼ା ସର୍ବନିମ୍ନ ୩୫୦୦ ଟଙ୍କା ଓ ସର୍ବାଧିକ ୧୦ ହଜାର ଟଙ୍କା ରଖାଯାଇଥିବାବେଳେ ବିମାନର ୪୦ ପ୍ରତିଶତ ସିଟମୂଲ୍ୟ ୬୭୦୦ଟଙ୍କାରୁ କମ ରହିବ । ଯାତ୍ରୀମାନେ ନିଜ ସହିତ ମାସ୍କ, ସାନିଟାଇଜର ଆଦି ନେଇକରି ଯିବେ । ସେମାନଙ୍କୁ ବିମାନରେ ଖାଦ୍ୟ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର