ନାବାଳିକା ଗଣ ଦୁଷ୍କର୍ମ ମାମଲା ‘ଭୟଙ୍କର’ – ମିଳିତ ଜାତିସଂଘର ମହାସଚିବ

ନୂଆଦିଲ୍ଲୀ: ମିଳିତ ଜାତି ସଂଘର ମହାସଚିବ ଆଣ୍ଟୋନିଓ ଗୁଟେରିଜ୍‌ ଜମ୍ମୁ ଓ କଶ୍ମୀରର କଥୁଓ୍ଵାର ୮ ବର୍ଷର ନାବାଳିକା ଝିଅ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ‘ଭୟଙ୍କର’ ବୋଲି କହିଛନ୍ତି। ଭାରତ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଗୁଟେରିଜ କହିଛନ୍ତି । ଭାରତ ସରକାର ଦୋଷୀକୁ ଯେ ନିଶ୍ଚିତ ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରିବା ଉଚିତ ବୋଲିି ଗୁଟେରିଜ୍‌ କହିଛନ୍ତି।
ସୂଚନାଯୋଗ୍ୟ ଯେ ୮ ବର୍ଷର ନାବାଳିକାର ଗଣଦୁଷ୍କର୍ମ ଓ ହତ୍ୟା ନେଇ ଭାରତର ଜନସାଧାରଣଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛିି। ଏହି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଶ୍ରୀ ଗୁଟେରିଜ୍‌ ଙ୍କ ମୁଖପାତ୍ର ଷ୍ଟିଫେନ୍ସ ଡୁଜେରିକ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଆର୍ନ୍ତଜାତିକ ମାନବ ଅଧିକାର ସଙ୍ଗଠନଗୁଡ଼ିକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି କେନ୍ଦ୍ର୍ରରେ ଶାସନାଧୀନ ବିଜେପି ସରକାର ଧାର୍ମିକ କାରଣକୁ ଏହି ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଆମ୍‌ନିଷ୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ଘଟଣାକୁ ନିନ୍ଦନୀୟ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର