ଶକୁନ୍ତଳା ଦେବୀଙ୍କୁ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଗଣିତ ବିଦୂଷୀ ଶକୁନ୍ତଳା ଦେବୀଙ୍କୁ ଗୁରୁବାର ଦିନ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍ ସମ୍ମାନିତ କରିଛି। ୧୯୮୦ ମସିହା ଜୁନ୍ ୧୮ ତାରିଖ ଦିନ ଇଂଲଣ୍ଡର ଇମ୍ପେରିଆଲ୍ କଲେଜ୍ ଲଣ୍ଡନ୍‌ରେ ଶକୁନ୍ତଳା ଦେବୀ ସଫଳତାର ସହ ଦୁଇଟି ୧୩ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ସଫଳତାର ସହ ଗୁଣି ଦେଇଥିଲେ। ମାତ୍ର ୨୮ ସେକେଣ୍ଡ୍‌ରେ ସେ ଏହି ଗୁଣନ କରି ‘ଦି ଫାଷ୍ଟେଟ୍ ହ୍ୟୁମାନ କମ୍ପ୍ୟୁଟେସନ୍’ ଆଖ୍ୟା ପାଇଥିଲେ।

ଦିବଂଗତ ଗାଣିତିକା ଶକୁନ୍ତଳା ଦେବୀଙ୍କ ତରଫରୁ ତାଙ୍କ ଝିଅ ଅନୁପମା ବାନାର୍ଜୀ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ। ସେ କହନ୍ତି, ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ମାଆ ଏହି ରେକର୍ଡ କରିଥିଲେ।

ସାକ୍ଷାତ୍‌କାରରେ ଅନୁପମା ଗଣମାଧ୍ୟମକୁ କହିଛନ୍ତି, ମୁଁ ଯୁଆଡ଼େ ଗଲି ଲୋକେ ସେ ରେକର୍ଡ କଥା କହିଲେ। ତେଣୁ ମୁଁ ଜାଣିଥିଲି ସମଗ୍ର ବିଶ୍ବରେ ଏଇଟା ଗୋଟାଏ ବଡ଼ ରେକର୍ଡ। ଟ୍ରୋକେଡେରୋ ସେଣ୍ଟର୍‌କୁ ଯିବା କଥା ମୋର ମନେ ଅଛି। ସେଠାରେ ଥିବା ଗୋଟାଏ ପ୍ରକୋଷ୍ଠରେ ମାଆଙ୍କ ଛବି ଅଛି। ବଢ଼ିଆ ଛବି।

 

ସମ୍ବନ୍ଧିତ ଖବର