ନ୍ୟୁୟର୍କ: ସ୍ଵତନ୍ତ୍ରତା ଏବଂ ଲୋକପ୍ରିୟତା ପାଇବା ନିଶାରେ ଏବେର ଯୁବପିଢ଼ି ପାଗଳ। ସେଥିପାଇଁ ସମାଜରେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିବା ସହ କିଛି ନୂଆ କରିବାର ଆଶା ଏବେ ସଭିଙ୍କ ଭିତରେ ଦେଖିବାକୁ ମିଳୁଛି। ଏହା ଆଗକୁବି ଜାରି ରହିବ। କିଏ ଲମ୍ବା ଦାଢ଼ି, କିଏ ଲମ୍ବା ନଖ ପାଇଁ ବିଶ୍ଵ ରେକର୍ଡ କରୁଛନ୍ତି। ହେଲେ, ଆଜି ଆମେ ଆପଣଙ୍କୁ ଏପରି ଏକ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶଚୟ । ଜଣେ ବ୍ୟକ୍ତି କିପରି ବହା ହୋଇ ରେକର୍ଡ ବନାଇଛନ୍ତି; ସେ ବିଷୟ ଆଜି ଆମେ ଜଣାଇବୁ ଆପଣଙ୍କୁ।
ବ୍ୟକ୍ତି ଜଣକ ୧୦୦ ଜଣରୁ ଅଧିକ ମହିଳାଙ୍କୁ ବିବାହ କରିଛନ୍ତି । ୧୯୪୯ ରୁ ୧୯୮୧ ମଧ୍ୟରେ ଏସବୁ ବାହାଘର ହୋଇଛି । ବଡ଼କଥା ହେଉଛି ବାହାଘର ସବୁ ବିନା ଛାଡ଼ପତ୍ରରେ ହୋଇଛି। ସେଥିଲାଗି ଦୁନିଆର ସବୁଠାରୁ ଅଧିକ ବିବାହ କରିଥିବାର ରେକର୍ଡ କରିପାରିଛନ୍ତି। ବ୍ୟକ୍ତିଙ୍କ ନାମ ଜିୟୋବନ୍ନୀ ବିଗଲିୟୋଟୋ। ଜିୟୋବନ୍ନୀ ବିଗଲିୟୋଟୋଙ୍କ ସମ୍ଵନ୍ଧରେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ଦ୍ଵାରା ଏକ ଭିଡିଓ ଟ୍ଵିଟରରେ ସେୟାର କରାଯାଇଛି।
To this day, nobody is sure of the real name of 'Giovanni Vigliotto' - the man who conned women and got married over 100 times. pic.twitter.com/MVFujTws5o
— Guinness World Records (@GWR) April 5, 2023
ତେବେ ତାଙ୍କର ପ୍ରକୃତ ନାମ ଜିୟୋବନ୍ନୀ ବିଗଲିୟୋଟୋ ହୋଇ ନଥିବା କୁହାଯାଉଛି। ହେଲେ ତାଙ୍କର ଶେଷ ବାହାଘରରେ ଏହି ନାମ କହିଥିବା ନେଇ ତାଙ୍କ ପତ୍ନୀ କହିଛନ୍ତି। ସେ ୫୩ ବର୍ଷ ବୟସରେ ଧରା ପଡ଼ିଥିଲେ। ସେତେବେଳେ ତାଙ୍କର ପ୍ରକୃତ ନାମ ନିକେଲଈ ପେରୁସ୍କୋବ କହିବା ସହ ସେ ଇଟାଲୀର ସିସଲୀ ଠାରେ ୦୩.୦୪.୧୯୨୯ରେ ଜନ୍ମ ହୋଇଥିବା ନେଇ ଦାବି କରିଥିଲେ। ଓକିଲଙ୍କ କହିବାମୁତାବକ ତାଙ୍କ ପ୍ରକୃତ ନାମ ଫ୍ରେଡ୍ ଜିପ ଓ ସେ ୦୩.୦୪.୧୯୩୬ରେ ନ୍ୟୁୟର୍କ ଠାରେ ଜନ୍ମ ଗ୍ରହଣ କରିଥିଲେ।
ବିଗଲିୟୋଟୋକୁ ୨୮.୧୨.୧୯୮୧ରେ ପୁଲିସ ଗିରଫ କରିଥିଲା। ୧୯୮୩ରେ ମୋକଦମା ଅରମ୍ଭ ହୋଇଥିଲା । ତାକୁ ୩୪ ବର୍ଷର ସଜା ହୋଇଥିଲା । ଏଥିସହ ୩୩୬୦୦୦ ଡଲାରର ଜୋରିମାନା ଲଗାଯାଇଥିଲା । ୮ ବର୍ଷ ସଜା କାଟିବା ଭିତରେ ୬୧ ବର୍ଷ ବୟସରେ ତାର ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/download-5.jpg)