ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ଛଅଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ: ଶନିବାର ବିଳମ୍ବିତ ରାତିରେ ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ୬୩ନମ୍ବର ଜାତୀୟ ରାଜପଥରେ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।

ସୂଚନା ଅନୁସାରେ, ଗତ ଶନିବାର ଆନନ୍ଦପୁର ଗ୍ରାମରୁ ଗୋଟିଏ ପରିବାରର ୬ଜଣ ସଦସ୍ୟ କାର ଯୋଗେ ଫେରୁଥିବା ଫେରୁଥିଲେ। ତେବେ ଛୋଟିଲା ଟାଉନ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ପ୍ଲାଷ୍ଟିକ ବୋଝେଇ ଟ୍ରକ ସହ ଉକ୍ତ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଛଅଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡିଛି । ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପାଇଁ ଅନେକ ସମୟ ଧରି ସେହି ରାସ୍ତାରେ ଜାମ ଲାଗି ରହିଥିଲା।

 

ସମ୍ବନ୍ଧିତ ଖବର