ଗାନ୍ଧୀନଗର : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଏବେ ଆପ୍ରେ ଫାଟ ସୃଷ୍ଟି ହୋଇଛି । ବିସାବାଦାର ବିଧାନସଭା ଆସନରୁ ଆପ୍ ଟିକେଟରେ ନିର୍ବାଚିତ ହୋଇଥିବା ଭୂପତ ଭାୟାଣୀ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ସରକାରକୁ ବାହାରୁ ସମର୍ଥନ ଦେବେ ଏବଂ ଯଦି ଜନସାଧାରଣ ଚାହିବେ ତା’ହେଲେ ସେ ବିଜେପିରେ ମଧ୍ୟ ସାମିଲ ହେବେ। ତେବେ ଏଥିପାଇଁ ସେ ଜନମତ ସଂଗ୍ରହ କରିବେ ବୋଲି କହିଛନ୍ତି।
ଏହା ସହିତ ରାଜ୍ୟର ୩ ଜଣ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ବିଧାୟକମାନଙ୍କ ଏଭଳି ନିଷ୍ପତ୍ତି ବିଜେପି ପାଇଁ ଖୁସି ଖବର ବୋଲି କୁହାଯାଉଛି । ୩ ଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଜେପି ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bhupati.jpg)