ଅହମ୍ମଦାବାଦ: ଗତ ମାସରେ ଗୁଜୁରାଟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ତୌତେ | ପରେ ପରେ ବାତ୍ୟାର କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାର ଗୁଜୁରାଟକୁ ସହାୟତା ରାଶି ପ୍ରଦାନ କରିଥିଲେ | ଏବେ ଗୁଜୁରାଟ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ବାତ୍ୟା ତୌତେ ଦ୍ୱାରା ପ୍ରଭାବିତ ମତ୍ସ୍ୟଜୀବୀଙ୍କ ପାଇଁ ଗୁଜରାଟ ସରକାର ୧୦୫ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରିଲିଫ ପ୍ୟାକେଜ ବିଷୟରେ ନିଷ୍ପତ୍ତି ନେଇଛନ୍ତି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
/sambad/media/post_attachments/wp-content/uploads/2021/05/E1mTmIqUUAQFBy4.png)
ମେ' ୧୭ରେ ବାତ୍ୟା ତୌତେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା | ପବନର ବେଗ ଅଧିକ ଥିବାରୁ କିଛି ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିଲା | ବାତ୍ୟା ତୌତେ ପାଇଁ ମାଛଧରାରେ ବ୍ୟବହାର ହେଉଥିବା ଡଙ୍ଗା, ମାଛ ଜାଲ, ଟ୍ରଲର ଇତ୍ୟାଦି ନଷ୍ଟ ହୋଇଯାଇଥିବାରୁ ଏବେ ଗୁଜୁରାଟ ସରକାର ୧୦୫କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t-9.jpg)