ଭଦୋଦରା: ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍ ପୁଲିସ୍ ଆଜି ଅପରାହ୍ଣରେ ୩ ଜଣ କୁଖ୍ୟାତ ଆଇଏସ୍ (ଇସ୍ଲାମିକ୍ ଷ୍ଟେଟ) ଆତଙ୍କବାଦୀଙ୍କୁ ଗିରଫ ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ; ଆଜି ସନ୍ଧ୍ୟାରେ ଗୁଜୁରାଟର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ଆଉ ଜଣେ କୁଖ୍ୟାତ ଆଇଏସ୍ ଆତଙ୍କବାଦୀକୁ ଭଦୋଦରାର ଗୋରଭା ଅଞ୍ଚଳରୁ ଗିରଫ କରିଛି।
News Nationଗିରଫ ହୋଇଥିବା ଆଇଏସ୍ ଆତଙ୍କବାଦୀକୁ ଜାଫର ଅଲ୍ଲୀ ବୋଲି ଚିହ୍ନଟ କରିଛି ଗୁଜୁରାଟ ଏଟିଏସ୍। ଗୁଜୁରାଟ ଏଟିଏସ୍ ହାତରେ ଗିରଫ ହୋଇଥିବା ଆଇଏସ୍ ଆତଙ୍କବାଦୀ ଜାଫର ପୂର୍ବରୁ ତାମିଲନାଡ଼ୁରେ ସଂଘଟିତ ଏକାଧିକ ଆତଙ୍କବାଦୀ ହାମ୍ଲାରେ ସଂପୃକ୍ତ ରହିବା ସହ ଦେଶ ଛାଡ଼ି ଫେରାର ହୋଇ ଯାଇଥିଲା। ତାମିଲନାଡ଼ୁ ପୁଲିସ୍ ତାକୁ ଗିରଫ କରିବା ପାଇଁ ରାତିଦିନ ଏକ କରି ଦେଇଥିବା ବେଳେ ହଠାତ୍ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କୁଖ୍ୟାତ ଆଇଏସ୍ ଆତଙ୍କବାଦୀ ଜାଫରର ଭଦୋଦରାର ଗୋରଭାରୁ ଗିରଫଦାରୀ ହେବା ଘଟଣା ଗୁଜୁରାଟ ପୁଲିସ୍ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ, ଆଇଏସ୍ ଆତଙ୍କବାଦୀ ଜାଫରର ଗିରଫଦାରୀ ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରା ଯାଇଥିବା ଜାଣିବାକୁ ମିଳିଛି।
News Nation/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/gujarat-police.jpg)