ଗୁଜରାଟ ବିଧାନସଭା ନିର୍ବାଚନ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

ଶେଷ ପର୍ଯ୍ୟାୟରେ ୪ ସହରରେ ମୋଦୀଙ୍କ ରାଲି

ନୂଆଦିଲ୍ଲୀ : ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହେବ। ଏଥିପାଇଁ ପ୍ରମୁଖ ରାଜନେତାମାନେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ବରିଷ୍ଠ ନେତାମାନେ ମାରାଥନ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‌ସୋମବାର ଦିନ ଗୁଜରାଟରେ ୪ଟି ସହରରେ ରାଲି କରିଛନ୍ତି। ମୋଦୀ ସୋମବାରଦିନ ରାଜକୋଟରେ ଏକ ରାଲିରେ ଉଦ୍‌ବୋଧନ ଦେଇଛନ୍ତି।

ମୋଦୀ କହିଛନ୍ତି, ଚଳିତ ନିର୍ବାଚନ ୫ ବର୍ଷ ପାଇଁ ନୁହେଁ ବରଂ ଆଗାମୀ ୨୫ ବର୍ଷ ପାଇଁ ହେଉଛି। ମୋଦୀ ଜାମନଗର, କଚ୍ଛ, ଭାବନଗର ଏବଂ ରାଜକୋଟରେ ରୢାଲି କରିଛନ୍ତି। ମୋଦୀ କହିଛନ୍ତି, ପୂର୍ବରୁ ଗୁଜରାଟ ସାଇକେଲ୍‌ ନିର୍ମାଣ କରୁଥିଲା କିନ୍ତୁ ଏବେ ଏହା‌ ବିମାନ ନିର୍ମାଣ କରୁଛି। ମୋଦୀ କହିଛନ୍ତି, କଚ୍ଛ କଂଗ୍ରେସ ପାଇଁ ଏକ ବୋଝ ହୋଇଯାଇଛି କିନ୍ତୁ ମୁଁ କଚ୍ଛରେ ଥିବା ଶକ୍ତି ଏବଂ କଚ୍ଛର ଲୋକଙ୍କ ପାଖରେ ଥିବା ସାମର୍ଥ୍ୟକୁ ଦେଖିଛି। ମୋଦୀ ଆଜି ପୁଣିଥରେ ଭାରତ ଯୋଡ଼ୋ ଯାତ୍ରାରେ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କ ଅଂଶଗ୍ରହଣକୁ ସମାଲୋଚନା କରିଛନ୍ତି। ଭାବନଗରର ପାଲିଟଣାରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଗୁଜରାଟର ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ଗୋଟିଏ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ସମ୍ପ୍ରଦାୟ ବିରୋଧରେ ମତାଇବା ନୀତି ଯୋଗୁଁ ରାଜ୍ୟ‌ରେ ବହୁତ କ୍ଷତି ହୋଇଛି। ତେବେ ଭାରତକୁ ଯେଉଁମ‌ାନେ ଭାଙ୍ଗୁଛନ୍ତି ଗୁଜରାଟ ଲୋକ ସେମାନଙ୍କୁ ସହଯୋଗ କରିବେନି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର