ଡିସେମ୍ବର ୯ ଏବଂ ୧୪ରେ ଗୁଜୁରାଟ ବିଧାନସଭା ନିର୍ବାଚନ; ଡିସେମ୍ବର ୧୮ରେ ଭୋଟ୍‌ ଗଣତି

ନୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ୯ ଏବଂ ୧୪ ତାରିଖରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ହେବା କଥା ବୁଧବାର ଦିନ ନିର୍ବାଚନ କମିସନ୍‌ ଘୋଷଣା କରିଛନ୍ତି।

୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳି ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବାବେଳେ ବାକି ୯୩ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ।

ଡିସେମ୍ବର ୧୮ ତାରିଖରେ ଭୋଟ୍‌ ଗଣନା କରାଯିବ।

ନିର୍ବାଚନ ତାରିଖ ଘୋଷିତ ହେବା ସହ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଉଭୟ ଭିଭିପିଏଟି ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିସନ୍‌ର ଏକେ ଜୋତି କହିଛନ୍ତି।

ଭୋଟ୍‌ ଦେବାର ଗୋପନୀୟତା ବଜାୟ ରଖିବାକୁ ଭୋଟିଙ୍ଗ କମ୍ପାର୍ଟମେଣ୍ଟ୍‌ର ଉଚ୍ଚତା ୨୪ ଇଞ୍ଚ୍‌ରୁ ୩୦ ଇଞ୍ଚ୍‌କୁ ବୃଦ୍ଧି କରାଯିବ। ପ୍ରତି ପ୍ରାର୍ଥୀଙ୍କ ସକାଶ ସର୍ବାଧିକ ନିର୍ବାଚନ ଖର୍ଚ୍ଚ ରଖା ଯାଇଛି ୨୮ ଲକ୍ଷ ଟଙ୍କା।

ଗୁଜୁରାଟରେ ଥିବା ସମୁଦାୟ ୫୦, ୧୨୮ ପୋଲିଙ୍ଗ୍‌ ଷ୍ଟେସନ୍‌ରୁ ୧୦୨କୁ କେବଳ ମହିଳାମାନେ ପରିଚାଳନା କରିବେ।

ସମ୍ବନ୍ଧିତ ଖବର