ନୂଆଦିଲ୍ଲୀ: ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ବିଜେପି’ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬୦ଜଣ ପ୍ରାର୍ଥୀଙ୍କ ନାଁ ଥିବା ଏହି ତାଲିକାକୁ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭୀୟ, ଭୂପେନ୍ଦର୍ ଯାଦବ ଓ ରାଜ୍ୟ ‘ବିଜେପି’ ମୁଖ୍ୟ ସି. ଆର୍. ପଟେଲ୍ ଘୋଷଣା କରିଛନ୍ତି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଘାଟଲୋଡ଼ିୟା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଯାଦବ କହିଛନ୍ତି।
ଦଳ ଛାଡ଼ି ‘ବିଜେପି’ରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍ ବୀରମଗାମ୍ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘୱି ମାଜୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ।
ଏହାଛଡ଼ା, ମୋର୍ବି ଝୁଲାପୋଲ ଦୁର୍ଘଟଣା ବେଳେ ନଦୀକୁ ଲମ୍ଫମାରି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ‘ବିଜେପି’ର ପୂର୍ବତନ ବିଧାୟକ ୬୦ ବର୍ଷିୟ କାନ୍ତିଲାଲ୍ ଅମୃତିୟ ମଧ୍ୟ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେତୁ ଦୁର୍ଘଟଣା ପରେ ସେ ଲାଇଫ୍ ଟ୍ୟୁବ୍ ପିନ୍ଧି ନଦୀରେ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାର କେତେଗୁଡ଼ିଏ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
Ex MLA Kantilal, Image Courtesy of NDTVସମ୍ପ୍ରତି ମୋର୍ବୀର ବିଧାୟକ ଥିବା ବ୍ରଜେଶ ମେର୍ଜାଙ୍କ ସ୍ଥାନରେ କାନ୍ତିଲାଲ୍ ନିର୍ବାଚନ ଲଢ଼ିବେ। ବିଶେଷସୂତ୍ରରୁ ପ୍ରକାଶ, ଜନସାଧାରଣଙ୍କ ଜୀବନ ରକ୍ଷା ନିମନ୍ତେ ନଦୀକୁ ଲମ୍ଫ ଦେବା ଘଟଣା ହିଁ ତାଙ୍କୁ ମୋର୍ବୀ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ‘ବିଜେପି’ ଟିକେଟ୍ ଦିଆଇଛି।
ସେହିପରି, କ୍ରିକେଟ୍ ଖେଳାଳି ଜାଡ଼େଜାଙ୍କ ପତ୍ନୀ ରିୱାବା ଜାଡ଼େଜା ମଧ୍ୟ ଜାମନଗର ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ‘ଏଏନ୍ଆଇ’ ରିପୋର୍ଟ କରିଛି।
Image Courtesy of ANIନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରାୟ ରୂପାନି ଏବଂ ଦଳର ବରିଷ୍ଠ ନେତା ଭୂପେନ୍ଦ୍ରସିଂହ ଚୁଡ଼ାସମା କହିଛନ୍ତି। ସେହିପରି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ। ଏକଥା ସେ ଦଳର ନେତୃତ୍ବଙ୍କୁ ଜଣାଇ ଦେଇଥିବା କଥା କହିଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟରେ ଡିସେମ୍ବର ୧ ଓ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Ex-MLA-Got-BJP-Ticket_Thumbnail.jpg)