୨୦ କୋଟି ଟଙ୍କାର ହେରୋଇନ ସହିତ ଦିଲ୍ଲୀରୁ ଆଫଗାନିସ୍ତାନ ବ୍ୟକ୍ତିଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ନୂଆଦିଲ୍ଲୀ: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କାର୍ଡ (ଏଟିଏସ) ରବିବାର ଦିନ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରୁ ୨୦ କୋଟି ଟଙ୍କା ମୂଲ୍ୟର ୪ କିଲୋଗ୍ରାମ ହେରୋଇନ ରଖିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ବହିଦୁଲ୍ଲା ରହିମୁଲ୍ଲା ବୋଲି ଜଣାପଡିଛି।

ଏଟିଏସକୁ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ଦିଲ୍ଲୀ ଏନସିଆରରେ ରହୁଥିବା ଜଣେ ଆଫଗାନିସ୍ତାନ ନାଗରିକ ବହିଦୁଲ୍ଲା ରହିମୁଲ୍ଲା ଶୁକ୍ରବାର ଦିନ ବସନ୍ତ କୁଞ୍ଜ ଅଞ୍ଚଳରେ ବିପୁଳ ପରିମାଣର ହେରୋଇନ୍‌ ଯୋଗାଇବାକୁ ଯାଉଛନ୍ତି। ଏହି ସୂଚନା ଆଧାରରେ ଗୁଜୁରାଟ ଏଟିଏସ୍‌ ଓ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଏକ ମିଳିତ ଅପରେସନରେ ରାତି ପ୍ରାୟ ୧୧ଟାରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ଏହି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଅପରେସନ୍‌ରେ ବହିଦୁଲ୍ଲା ରହିମୁଲ୍ଲାଙ୍କୁ ଗିରଫ କରାଯାଇଥିଲା ଏବଂ ତା ଠାରୁ ୪ କିଲୋଗ୍ରାମ ହେରୋଇନ ଜବତ କରାଯାଇଥିଲା।

ରିପୋର୍ଟି ଅନୁଯାୟୀ, ନାର୍କୋଟିକ୍‌ ଡ୍ରଗ୍‌ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ ଷ୍ଟାନ୍‌ସ (ଏନ୍‌ଡିପିଏସ୍‌) ଆଇନର ସମ୍ବନ୍ଧୀୟ ଧାରା ଅନୁଯାୟୀ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା। ଅଭିଯୁକ୍ତ ଆଫଗାନିସ୍ତାନର କାନ୍ଦାହାରର ବାସିନ୍ଦା। ଏବଂ ୨୦୧୬ରେ ଡାକ୍ତରୀ ଭିସାରେ ତାଙ୍କ ପରିବାର ସହିତ ସେ ଭାରତ ଆସିଥିଲେ। ଏବଂ ସେ ଭିସା ବଢାଇ ଭାରତରେ ରହିବା ଜାରି ରଖିଥିଲେ।

ସମ୍ବନ୍ଧିତ ଖବର