ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ର ଜଣେ ୨୮ ବର୍ଷିୟ ପ୍ରାକ୍ତନ ଛାତ୍ରଙ୍କୁ ଗୁଜରାଟ ‘ଆଣ୍ଟି-ଟେରରିଷ୍ଟ୍ ସ୍କ୍ବାଡ୍’ (ଏଟିଏସ୍) ଗିରଫ କରିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ଗିରଫ ବ୍ୟକ୍ତିଙ୍କ ନାମ ଅମନ୍ ସାକ୍ସେନା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଇ-ମେଲ୍ ପଠାଇଥିବା ଅଭିଯୋଗରେ ଶନିବାର ରାତିରେ ଗୁଜରାଟ ‘ଏଟିଏସ୍’ ଅଧିକାରୀ ଓ ଉତ୍ତର ପ୍ରଦେଶ ପୁଲିସ ମିଳିତ ଚଢ଼ଉ କରିତାଙ୍କୁ ଉତ୍ତର ପ୍ରଦେଶର ବୁଦୌନ୍ ଜିଲ୍ଲା ଅନ୍ତର୍ଗତ ଆଦର୍ଶ ନଗର ଅଞ୍ଚଳରେ ଥିବା ତାଙ୍କ ବାପାଙ୍କ ଘରୁ ଗିରଫ କରିଛନ୍ତି।
/sambad/media/post_attachments/wp-content/uploads/2022/11/pm-modi.jpg) Image Courtesy of Zee News
 Image Courtesy of Zee Newsଏହାଛଡ଼ା, ଏହି ଇ-ମେଲ୍ ପଠାଇବା ସମ୍ପୃକ୍ତ ଥିବା ଗୁଜରାଟର ଜଣେ ଯୁବତୀ ଓ ଯୁବତୀଙ୍କ ଦିଲ୍ଲୀ ବୟଫ୍ରେଣ୍ଡ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଅଭିଯୁକ୍ତ ତାଙ୍କ ମୋବାଇଲ୍ ଫୋନ୍ ସ୍ବିଚ୍ ଅଫ୍ କରି ଦେଇଥିଲେ। କିନ୍ତୁ, ସେ ତାଙ୍କ ବାପାଙ୍କ ଫୋନ୍ରେ ନିଜ ସିମ୍କାର୍ଡ ପୂରାଇ ବ୍ୟବହାର କରିବା ପରେ ‘ଏଟିଏସ୍’ ଟିମ୍ ତାଙ୍କର ଅବସ୍ଥିତି ଠାବ କରିଥିଲେ।
ଅମନ୍ଙ୍କୁ ତା’ର ଦିଲ୍ଲୀର ପ୍ରେମିକା ବିପଥଗାମୀ କରାଇଥିବା କଥା ତା’ର ବାପା କହୁଛନ୍ତି। ସେ କହୁଛନ୍ତି, ସମ୍ଭବତଃ ସେ ଝିଅ ଅମନ୍ର ଫୋନ୍ ବ୍ୟବହାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/a09b298a-f09d-4865-8ba0-78aab4072e40.jpg)
