ନୂଆଦିଲ୍ଲୀ: ଗୁଜରାଟ ଏଟିଏସକୁ ମିଳିଛି ବଡ ସଫଳତା । ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି କରିବା ଅଭିଯୋଗରେ ଏଟିଏସ୍ ଟିମ୍ ପୋରବନ୍ଦରରୁ ଜଣେ ଯୁବକକୁ ଗିରଫ କରିଛି। ଗୁପ୍ତଚର କାମ କରିଥିବା ବ୍ୟକ୍ତିର ନାମ ପଙ୍କଜ କୋଟିଆ ବୋଲି କୁହାଯାଉଛି। ତା ବିରୋଧରେ ଦେଶର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ପଠାଇଥିବା ଅଭିଯୋଗ ହୋଇଛି। ସେ ଜଣେ ପାକିସ୍ତାନୀ ମହିଳାଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଉଥିବା କୁହାଯାଉଛି।
ଏଟିଏସ୍ ପଙ୍କଜର ମୋବାଇଲକୁ ଜବତ କରି ଫରେନସିକ୍ ଲାବକୁ ପଠାଇବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଗତ ୮ ମାସ ମଧ୍ୟରେ ଅଭିଯୁକ୍ତ ପଙ୍କଜ ପ୍ରତି ଦୁଇ-ତିନି ଦିନରେ ଜଣେ ପାକିସ୍ତାନୀ ମହିଳାଙ୍କ ସହ କଥା ହେଉଥିଲା।
ଏଟିଏସ୍ ପଙ୍କଜର ମୋବାଇଲକୁ ଜବତ କରି ଫରେନସିକ୍ ଲାବକୁ ପଠାଇବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଗତ ୮ ମାସ ମଧ୍ୟରେ ଅଭିଯୁକ୍ତ ପଙ୍କଜ ପ୍ରତି ଦୁଇ-ତିନି ଦିନରେ ଜଣେ ପାକିସ୍ତାନୀ ମହିଳାଙ୍କ ସହ କଥା ହେଉଥିଲା। ଅଭିଯୁକ୍ତଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଗୁଜରାଟ ଏଟିଏସ୍ ଏସପି କେ ସିଦ୍ଧାର୍ଥ କହିଛନ୍ତି ଯେ ଆଜି ଗୁଇନ୍ଦାଗିରି ମାମଲା ରୁଜୁ ହୋଇଛି।
ସେ କହିଛନ୍ତି, “ପଙ୍କଜ କୋଟିଆ ନାମକ ଜଣେ ବ୍ୟକ୍ତି ପୋରବନ୍ଦରରୁ ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ସ୍ଥାନାନ୍ତର କରୁଥିବା ନେଇ ଆମେ ସୂଚନା ପାଇଥିଲୁ। ସେ ରିୟା ନାମକ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। କୋଷ୍ଟଗାର୍ଡ ଜାହାଜ ଏବଂ ସେମାନଙ୍କ ଗତିବିଧି ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସ୍ଥାନାନ୍ତର କରିବାରେ ସେ ସମ୍ପୃକ୍ତ ଥିଲେ।“
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/26/LbuRrKLhgj0cyOeZ0Yvi.jpeg)