ଅହମଦାବାଦ: ଗୁଜରାଟ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ମୁମ୍ବାଇରୁ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ଶୀତଲୱାଡ଼ଙ୍କୁ ଗିରଫ କରିବାର ଦିନକ ପରେ ରବିବାର ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ୍କୁ ହସ୍ତାନ୍ତର କରିଛି। ଜାଲିଆତି, ଆପରାଧିକ ଷଡ଼୍ଯନ୍ତ୍ର ଆଦି ଅଭିଯୋଗରେ ଶୀତଲୱାଡ଼ଙ୍କୁ ଗିରଫ କରାଯାଇଛି। ତିସ୍ତା ଶୀତଲୱାଦଙ୍କୁ ତାଙ୍କ ମୁମ୍ବାଇର ଜୁହୁସ୍ଥିତ ବାସଭବନରୁ ଶନିବାର ଅପରାହ୍ଣରେ ଏଟିଏସ୍ ପକ୍ଷରୁ ଗିରଫ କରାଯାଇଥିଲା। ତା’ ପୂର୍ବରୁ ସେହିଦିନ ଜନୈକ କ୍ରାଇମ୍ବ୍ରାଞ୍ଚ୍ ଇନ୍ସପେକ୍ଟର ଡିବି ବରାଡ଼ ତାଙ୍କ ନାମରେ ଏଫ୍ଆଇଆର୍ ଦାଏର କରିଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ପରବର୍ତ୍ତୀ ମାମଲାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ୍ଆଇଟି ଦେଇଥିବା କ୍ଳିନ୍ଚିଟ୍କୁ ବିରୋଧ କରି ଦାଏର କରାଯାଇଥିବା ପିଟିସନକୁ ସୁପ୍ରିମ୍କୋର୍ଟ ଖାରଜ କରିବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସିଟିଜେନ୍ସ ଫର୍ ଜଷ୍ଟିସ୍ ଆଣ୍ଡ୍ ପିସ୍ ନାମକ ଏନ୍ଜିଓର ସେକ୍ରେଟେରି ଥିବା ଶୀତଲୱାଡ଼ ମିଥ୍ୟା ତଥ୍ୟ ପ୍ରଦାନ କରି ତଦନ୍ତକାରୀ ଦଳକୁ ବିଭ୍ରାନ୍ତ କରିବା ଆଦି ଅଭିଯୋଗ ରହିଛି। ମୋଦୀଙ୍କ ବିରୋଧରେ ଦାଏର ପିଟିସନରେ ଜାକିଆ ଜାଫ୍ରିଙ୍କ ସହ ଶୀତଲୱାଡ଼ ଓ ତାଙ୍କ ଏନ୍ଜିଓ ସହ-ପିଟିସନର ରହିଥିଲେ। ଇତିମଧ୍ୟରେ ଜାତିସଂଘର ଜଣେ ଅଧିକାରୀ ଶୀତଲୱାଡ଼ଙ୍କୁ ସମର୍ଥନ କରି କହିଛନ୍ତି, ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବା କୌଣସି ଅପରାଧ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/fhfhfhsfhsfhsh.jpg)