ସମୁଦ୍ରକୁ ଡେଇଁ ୩ ଯୁବକଙ୍କୁ ବଞ୍ଚାଇଲେ ଗୁଜରାଟର ବିଜେପି ବିଧାୟକ

ଅହମଦାବାଦ: ଗୁଜରାଟ ରାଜୁଲା ସିଟିର ବିଜେପି ବିଧାୟକ ହୀରା ସୋଲାଙ୍କି ସମୁଦ୍ରକୁ ଡେଇଁ ତିନିଜଣ ଯୁବକଙ୍କୁ ବଞ୍ଚାଇ ପ୍ରଶଂସାଭାଜନ ହୋଇଛନ୍ତି। ପତୱା ଗାଁ ନିକଟରେ ଚାରିଜଣ ଯୁବକ ଏକ ସମୁଦ୍ରତଟସ୍ଥ ଖାଡ଼ି (କ୍ରିକ୍)କୁ ସ୍ନାନ କରିବା ପାଇଁ ଯାଇଥିଲେ। ଏହାପରେ ସେମାନେ ବୁଡ଼ିଯିବାକୁ ଲାଗିଥିଲେ। ଘଟଣା ବିଷୟରେ ଜାଣିବା ପରେ ସୋଲାଙ୍କି ତୁରନ୍ତ ସେଠାରେ ପହଞ୍ଚି ସମୁଦ୍ରକୁ ଡେଇଁ ଆଉ କେତେଜଣ ଲୋକଙ୍କ ସହାୟତାରେ ଯୁବକମାନଙ୍କୁ ଉଦ୍ଧାର କରିଥିଲେ। ସେ ସଫଳତାର ସହ ତିନିଜଣଙ୍କୁ ବଞ୍ଚାଇ ପାରିଥିଲେ। ବହୁ ଖୋଜାଖୋଜି ପରେ ଅନେକ ଡେରିରେ ଚତୁର୍ଥ ଜଣଙ୍କ ଶବ ମିଳିଥିଲା। ସୋଲ‌ାଙ୍କି ଯୁବକମାନଙ୍କୁ ଉଦ୍ଧାର କରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକମାନେ ତାଙ୍କର ସାହସିକତାକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର