ଗାନ୍ଧୀନଗର: ଗୁଜୁରାଟ ବିଧାନସଭାର ୮ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ସମସ୍ତ ୮ରୁ ୮ ଆସନରେ ବିଜୟଲାଭ କରିବା ସହ ବାଜି ମାରିନେଇଛି ବିଜେପି।
ଗୁଜୁରାଟ ବିଧାନସଭାର ଅବଦାସା, କରଜନ, ମୋର୍ବି, ଗଦାଡା, ଧାରୀ, ଲିମ୍ବଡି, କପ୍ରାଡା ଏବଂ ଡାଙ୍ଗ ପ୍ରଭୃତି ୮ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ୮୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ, ଆଜିର ଭୋଟ ଗଣତି ପରେ ସମସ୍ତ ୮ରୁ ୮ ଆସନରେ ବିଜୟଲାଭ କରିବା ସହ ବାଜି ମାରିନେଇଛି ବିଜେପି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଗତ ଜୁନ୍ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଦେବା ପରେ ଏହି ଉପ- ନିର୍ବାଚନ ଆବଶ୍ୟକ ହୋଇ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/G1.jpg)
