ଗୁଜୁରାଟ ଉପନିର୍ବାଚନ: ୮ରୁ ୮ ଆସନରେ ଜିତି ବାଜିମାରିଲା ବିଜେପି

ଗାନ୍ଧୀନଗର: ଗୁଜୁରାଟ ବିଧାନସଭାର ୮ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ସମସ୍ତ ୮ରୁ ୮ ଆସନରେ ବିଜୟଲାଭ କରିବା ସହ ବାଜି ମାରିନେଇଛି ବିଜେପି।

ଗୁଜୁରାଟ ବିଧାନସଭାର ଅବଦାସା, କରଜନ, ମୋର୍ବି, ଗଦାଡା, ଧାରୀ, ଲିମ୍ବଡି, କପ୍ରାଡା ଏବଂ ଡାଙ୍ଗ ପ୍ରଭୃତି ୮ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ୮୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ, ଆଜିର ଭୋଟ ଗଣତି ପରେ ସମସ୍ତ ୮ରୁ ୮ ଆସନରେ ବିଜୟଲାଭ କରିବା ସହ ବାଜି ମାରିନେଇଛି ବିଜେପି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଗତ ଜୁନ୍‌ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଦେବା ପରେ ଏହି ଉପ- ନିର୍ବାଚନ ଆବଶ୍ୟକ ହୋଇ ପଡ଼ିଥିଲା।

ସମ୍ବନ୍ଧିତ ଖବର