ଗୁଜୁରାଟ ବିଧାନସଭା ଉପନିର୍ବାଚନ: ବିଜେପି ୭, କଂଗ୍ରେସ ୧ ଆସନରେ ଅଗ୍ରଣୀ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭାର ୮ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢ଼େ ବାରଟା ସୁଦ୍ଧା ଶେଷ ହୋଇଥିବା ୬ ରାଉଣ୍ଡ ଗଣନା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ୮ ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟିରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଗୋଟିଏ ଆସନରେ କଂଗ୍ରେସ ଦଳ ଆଗରେ ରହିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଗତ ଜୁନ୍‌ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଦେବା ପରେ ଏହି ଉପ- ନିର୍ବାଚନ ଆବଶ୍ୟକ ହୋଇ ପଡ଼ିଥିଲା।

ସମ୍ବନ୍ଧିତ ଖବର