କ୍ୟାବିନେଟ୍ ବଦଳାଇବା ନେଇ ଗୁଜୁରାଟ ବିଜେପିରେ ବିବାଦ, ସନ୍ଧ୍ୟାକୁ ଘୁଞ୍ଚିଲା ଶପଥ ଗ୍ରହଣ

ନୂଆଦିଲ୍ଲୀ: ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶପଥ ନେବା ପରେ ଆଜି କ୍ୟାବିନେଟ ଗଠନ ହୋଇପାରେ । ହେଲେ ଏବେ କ୍ୟାବିନେଟ ଅଦଳବଦଳ ନେଇ ବିଜେପି ଭିତରେ କନ୍ଦଳ ଆରମ୍ଭ ହୋଇଛି । କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହେବା ନେଇ ପୁରୁଣା ନେତାମାନେ ବିବାଦ ଆରମ୍ଭ କରିଥିବା ଜଣାପଡିଛି । ପ୍ରଥମେ କୁହାଯାଇଥିଲା କି ଦ୍ୱିପ୍ରହରରେ ମନ୍ତ୍ରୀମାନେ ଶପଥ ନେବେ। ହେଲେ କିଛି ବିବାଦକୁ ନଜର କରି ଏହି ଶପଥ ଗ୍ରହଣ ଉତ୍ସବକୁ ସନ୍ଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି ।

ସୂଚନା ମୁତାବକ ଭୂପେନ୍ଦ୍ର ପଟେଲ ପୁରା କ୍ୟାବିନେଟ ବଦଳାଇବାକୁ ଚାହୁଁଥିବା ବେଳେ ଏହାକୁ ନେଇ ଅନ୍ତଃକନ୍ଦଳ ବଢିବାରେ ଲାଗିଛି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୁରା ୯୦ ପ୍ରତିଶତ ମନ୍ତ୍ରୀଙ୍କୁ ବିଦା କରାଯିବ । ଜଣେ କିମ୍ବା ୨ ଜଣ ପୁରୁଣା ମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ମନ୍ତ୍ରୀପଦ ମିଳିପାରେ । ଆଜି ୨୧ ରୁ ୨୨ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଏହାସହ ମନ୍ତ୍ରିମଣ୍ଡଳରେ ମହିଳା ବିଧାୟକଙ୍କୁ ଗୁରୁତ୍ୱ ଦେବା ଉପରେ ବି ଗୁରୁତ୍ୱ ଦେଉଛନ୍ତି ଶ୍ରୀ ପଟେଲ ।

Bhupendra Patel swearing-in Live Updates: New Gujarat CM to take oath at 2:20 pm, Amit Shah likely to attend ceremony - The Financial Express
The Financial Express

ଉଲ୍ଲେଖଯୋଗ୍ୟ, ଏକ ନାଟକୀୟ ଢଙ୍ଗରେ ହଠାତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାଣୀ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଦୌଡରେ ନଥିବା ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନେତା ବଛାଯାଇଥିଲା। ଏହାର ପରଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର