ପୁଲିସର ଆଙ୍ଗୁଠି କାଟିଦେବାକୁ ଧମକ ଦେଲେ କଂଗ୍ରେସର ବିଧାୟିକା

ଅହମଦାବାଦ: ବାବ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ଜେନିବେନ ଠାକୁର ଶୁକ୍ରବାର ଦିନ ପୁଲିସର ଆଙ୍ଗୁଠି କାଟିଦେବାକୁ ଧମକ ଦେଇଛନ୍ତି। ଘଟଣାଟି ଏମିତି; ଗତ ଦୁଇ-ତିନି ସପ୍ତାହ ଧରି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଚାକିରିକୁ ନିୟମିତ କରିବାକୁ ଦାବି କରି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ କିଛି ପୁଲିସ ଅଙ୍ଗନୱାଡି କର୍ମୀଙ୍କୁ ହଇରାଣ ହରକତ କରିବା ସହ ସେମାନଙ୍କୁ ସେଠାରେ ଅଟକାଇଥିଲେ । ଏସବୁ ଦେଖି ବିଧାୟିକା ଜେନିବେନ ଠାକୁର ପୁଲିସର ଆଙ୍ଗୁଠି କାଟିଦେବାକୁ ଧମକ ଦେଇଥିଲେ। ସେପଟେ ବିଧାୟିକା କହିଛନ୍ତି ଯେ ତାଙ୍କୁ ପ୍ରତି ମାସରେ ୭୦୦୦ ଟଙ୍କା ଦିଆଯାଉଛି । ଆହୁରି କହିଛନ୍ତି, “ଗୁରୁବାର ଦିନ ମୁଁ ଅଙ୍ଗନୱାଡି କର୍ମୀଙ୍କୁ ଭେଟିଥିଲି ସେମାନେ ଚାକିରି ନିୟମିତ କରିବାକୁ ଦାବି କରିଥିଲେ। ସେଠାରେ ମୁଁ ପୁଲିସକୁ ଚେତାବନୀ ଦେଇଥିଲି ଯେ ସେମାନେ ରାଜନୈତିକ ଚାପ ପଡ଼ି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନାହିଁ। ମୁଁ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଭେଟିଥିଲି । ପୁଲିସକୁ କହିଥିଲି ଯଦି ସେମାନଙ୍କୁ ହଇରାଣ କର କିମ୍ବା ସେମାନଙ୍କୁ ଗିରଫ କର, ତେବେ ମୁଁ ତୁମମାନଙ୍କ ଆଙ୍ଗୁଠି କାଟିଦେବି । ଦରମା ବୃଦ୍ଧି ଲାଗି ଦାବି କରିବା ପାଇଁ ସେମାନଙ୍କର ଅଧିକାର ଅଛି ।

” ସେ ଅଭିଯୋଗ କରିଛନ୍ତି ଯେ ଏହା ପ୍ରକୃତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ପୁଲିସର କାର୍ଯ୍ୟକାରିତା ପ୍ରଶ୍ନବାଚୀ ନୁହେଁ। କିନ୍ତୁ ଶାସକ ଦଳର ରାଜନୈତିକ ସ୍ୱାର୍ଥ ରକ୍ଷା କରିବା ସହ ନାଗରିକ ଓ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଇଥାଏ । ଅନ୍ୟପଟେ ଜେନିବେନ ସିଧାସଳଖ କେଜ୍ରିୱାଲଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଡିସେମ୍ବରରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଆପକୁ ଉପଯୁକ୍ତ ଉତ୍ତର ଦେବ ବୋଲି କହିବା ସହ କେଜ୍ରିୱାଲଙ୍କୁ ସବୁଠାରୁ ବଡ ମିଥ୍ୟାବାଦୀ ଏବଂ ଆପ୍ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି କହିଥିଲେ।

ସମ୍ବନ୍ଧିତ ଖବର