ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାମଲାରେ କେଜ୍ରିଓ୍ବାଲଙ୍କୁ ଗୁଜରାଟ କୋର୍ଟରୁ ସମନ, ଜୁନ ୭ରେ ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାମଲାରେ ଗୁଜୁରାଟର ଏକ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପୁଣି ଥରେ ସମନ ଜାରି କରିଛନ୍ତି । ଜୁନ ୭ ତାରିଖରେ କୋର୍ଟରେ ହାଜର ହେବାକୁ ଦୁଇ ନେତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ଅମିତ ନାୟକ କହିଛନ୍ତି ଯେ ଅହମ୍ମଦାବାଦର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଉଭୟ କେଜ୍ରିୱାଲ ଏବଂ ସଞ୍ଜୟ ସିଂହଙ୍କୁ ସମନ୍ ଜାରି କରିଛନ୍ତି।

ଏପ୍ରିଲ ୧୫ତାରିଖରେ କୋର୍ଟ ଉଭୟ ଅଭିଯୁକ୍ତ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂହଙ୍କୁ ହାଜର ହେବାକୁ କହିଥିଲେ। ପୁରୁଣା ସମନରେ ହାଜର ହେବା ନେଇ ବିଶେଷ ସ୍ପଷ୍ଟତା ନଥିବାରୁ ବିଚାରପତି ଉଭୟଙ୍କୁ ସାନି ସମନ୍ ଜାରି କରିବା ସହ ଅଭିଯୋଗର ନକଲ ଉଭୟଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୭ରେ ହେବ। ‘

ଏହା ପୂର୍ବରୁ ମାର୍ଚ୍ଚ ୩୧ ରେ ଗୁଜରାଟ ହାଇକୋର୍ଟ ମୁଖ୍ୟ ସୂଚନା ଆୟୋଗ (ସିଆଇସି)ଙ୍କ ଆଦେଶକୁ ରଦ୍ଦ କରିଥିଲେ। ନିଜ ରାୟରେ କୋର୍ଟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀକୁ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ । କେବଳ ଏତିକି ନୁହେଁ, ମୋଦୀଙ୍କୁ ତାଙ୍କ ଡିଗ୍ରୀ ମାଗିଥିବା କେଜ୍ରିଓ୍ବାଲଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଥିଲେ କୋର୍ଟ ।

ସମ୍ବନ୍ଧିତ ଖବର