ଅହମଦାବାଦ: ଦେଶରେ କରୋନା ସଂକ୍ରମଣର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି। ଆଜି ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଦୁଇ ଦିନ ଧରି ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେ ସଂକ୍ରମିତ ହେବା ପରେ, ସେ ଯେଉଁ ନେତାମାନଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କଠାରେ କରୋନା ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହା ଗତ ଦୁଇ ଦିନ ଧରି ଅହମ୍ମଦାବାଦରେ ଅଛନ୍ତି। ଗୁଜରାଟର ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ। ଆଜି ସକାଳେ ଗୃହମନ୍ତ୍ରୀ ଅମ୍ଳଜାନ କାରଖାନାର ଉଦଘାଟନ କରିଥିଲେ, ସେତେବେଳେ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ତାଙ୍କ ସହ ହାଜର ହୋଇଥିଲେ। ସେହି ସମୟରେ, କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ, ଦୁଇ ଦିନ ପୂର୍ବରୁ ଅନେକ ନେତା କରୋନାରେ ସଂକ୍ରମିତ ହୋଇଥିଲେ। ସେମାନଙ୍କ ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ସଙ୍ଗରୋଧରେ ଅଛନ୍ତି।
ଏତଦବ୍ୟତୀତ କେନ୍ଦ୍ର ମନ୍ତ୍ରୀ ସୋମ ପ୍ରକାଶ, ସନ୍ତୋଷ ଗଙ୍ଗୱାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ବି ସଂକ୍ରମିତ ହୋଇଥିବାର ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/download-26.jpg)