ଅହମଦବାଦ : ଗୁଜୁରାଟ ରାଜଧାନୀ ଗାନ୍ଧିନଗରରେ ଏକ ଅଜବ ପ୍ରକାରର ବଧୁ ନିର୍ଯ୍ୟାତନା ଘଟଣା ଜଣାପଡ଼ିଛି । ନିଜ ବୋହୂର ଶରୀରରେ ପ୍ରେତାତ୍ମା ଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ବୋହୂକୁ ନିଜ ପୁଅ ସହିତ ସମ୍ଭୋଗ ନକରିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି । ସମ୍ଭୋଗ କଲେ ପ୍ରେତାତ୍ମା ପୁଅ ଶରୀରରେ ପ୍ରବେଶ କରିଯିବ ବୋଲି ସେ ବିଶ୍ୱାସ କରୁଛନ୍ତି ।
ଏହାକୁ ନେଇ ବୋହୂ ଜଣକ ଥାନାରେ ଏକ ଘରୋଇ ହିଂସା ମାମଲା ରୁଜ୍ଜୁ କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଦମ୍ପତ୍ତି ଗତ ଫେବ୍ରୁଆରି ମାସରେ ବିବାହ କରିଥିଲେ । ବିବାହ ପରେ ସେ ବରୋଦାରୁ ଗାନ୍ଧିନଗର ରହିବାକୁ ଆସିଥିଲେ । ସେବେଠାରୁ ଏହି ନିର୍ଯ୍ୟାତନା ଜାରି ରହିଛି । ସେ ମଧ୍ୟ ନିଜ ଶ୍ୱଶୂରଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏହି କାର୍ଯ୍ୟରେ ଶାଶୂ ବି ସାମିଲ ଥିବା ସେ ଅଭିିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sadhguru-isha-wisdom-article-image-what-is-the-reason-for-rape-youth-and-truth.jpg)