ନୂଆଦିଲ୍ଲୀ: ଗୁରୁବାର ଦିନ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ୨୬୫ ପରିବାରର ଖୁସିକୁ ଛଡ଼ାଇ ନେଇଛି। ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ପ୍ରାଣ ହରାଇଥିଲେ। କୁହାଯାଉଛି ଯେ, ସେ ତାଙ୍କ ପତ୍ନୀ ଅଞ୍ଜଳି ରୂପାଣୀଙ୍କୁ ଆଣିବା ପାଇଁ ଲଣ୍ଡନ ଯାଉଥିଲେ। ରୂପାଣୀଙ୍କ ସିଟ୍ ନମ୍ବର ଥିଲା ୨ଡି । ସେ ବିମାନରେ ବସିଲେ, ହେଲେ ଓହ୍ଲାଇ ପାରିଲେ ନାହିଁ। ସବୁବେଳେ ତାଙ୍କ ପାଇଁ ଶୁଭ ପାଲଟୁଥିବା ନମ୍ବରଟି ଗୁରୁବାର ଦିନ ଅଶୁଭ ପ୍ରମାଣ ହୋଇଗଲା।
/sambad/media/post_attachments/wp-content/uploads/2025/06/rupani-591579.webp)
କୁହାଯାଉଛି ଯେ, ରୂପାଣୀ ୧୨୦୬କୁ ତାଙ୍କର ଶୁଭ ନମ୍ବର ମାନୁଥିଲେ। ଏହାକୁ ଭାଗ୍ୟର ଖେଳ କୁହନ୍ତୁ କିମ୍ବା ଅନ୍ୟ କିଛି, କିନ୍ତୁ ଏହି ନମ୍ବର ଥିବା ତାରିଖ ତାଙ୍କ ଜୀବନର ଶେଷ ଦିନ ପ୍ରମାଣିତ ହେଲା। ଯେଉଁମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ ସେମାନେ କହିଛନ୍ତି ଯେ, ତାଙ୍କ ପାଇଁ ୧୨୦୬ କେବଳ ଏକ ସଂଖ୍ୟା ନୁହେଁ ବରଂ ଭାଗ୍ୟର ପ୍ରତୀକ ଥିଲା। ସେ ଏଥିରେ ଏତେ ବିଶ୍ୱାସ କରୁଥିଲେ ଯେ, ତାଙ୍କ ପ୍ରଥମ ସ୍କୁଟିର ନମ୍ବର ହେଉ କିମ୍ବା ତାଙ୍କ ମାଲିକାନାରେ ଥିବା କାର୍, ସବୁର ନମ୍ବର ପ୍ଲେଟରେ ୧୨୦୬ ଥିଲା। ଏହି ନମ୍ବର ସର୍ବଦା ତାଙ୍କ ପାଇଁ ଶୁଭ ଥିଲା ବୋଲି ତାଙ୍କ ବନ୍ଧୁମାନେ ମତ ରଖିଛନ୍ତି। କିନ୍ତୁ ଭାଗ୍ୟ ଉପରେ କାହାର ଅବା ନିୟନ୍ତ୍ରଣ ଅଛି। ସାରା ଜୀବନ ବିଜୟଙ୍କ ପାଇଁ ଶୁଭ ହୋଇରହିଥିବା ନମ୍ବରଟି ଗୁରୁବାର ପୂରା ରୂପାଣୀ ପରିବାର ପାଇଁ ଅଶୁଭ ପାଲଟିଯାଇଥିଲା। ୧୨/୦୬ ନମ୍ବର ଥିବା ତାରିଖ ହିଁ ତାଙ୍କ ଜୀବନର ଶେଷ ଦିନ ପାଲଟିଲା।
AIr India | gujarat | flight crash | Ex-CM Vijay Rupani on Air India flight
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/13/2QhvhD9m4guq3RsJPwTN.jpg)