ଭଦୋଦରା: ଗୁଜରାଟର ଭଦୋଦରାରେ ଶୁକ୍ରବାର ଏକ ଔଷଧ ତିଆରି କାରଖାନାର ବୟଲର ଫାଟି ଜଣେ ଚାରିବର୍ଷର ବାଳିକା ସହିତ ୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୧ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ୍ କହିଛି । ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ବୃଦ୍ଧ, ଜଣେ କିଶୋର ଓ ଜଣେ ୩୦ ବର୍ଷୀୟା ମହିଳା ଅଛନ୍ତି ।

Advertisment

ଏକ ଶକ୍ତିଶାଳୀ ବିସ୍ଫୋରଣ ବଦୋଦରାର ଜିଆଡିସି ଏରିଆରେ ସକାଳ ୯ଟା ୩୦ ମିନିଟରେ ହୋଇଛି । ଏଥିରେ ୧୫ ଜଣ ଲୋକ ଆହତ ହୋଇଛନ୍ତି ଯେଉଁମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମାକାରପୁର ପୁଲିସ ଷ୍ଟେସନର ପୁଲିସ ଇନ୍ସପେକ୍ଟର ସାଜିଦ୍ ବାଲୋଚ୍ କହିଛନ୍ତି ।
ସାଜିଦ୍ ବାଲୋଚ୍ କହିଛନ୍ତି, ”ମୃତକ ଓ ଆହତଙ୍କ ମଧ୍ୟରେ କାରଖାନାର କର୍ମଚାରୀ ଓ କାରଖାନା ଦେଇ ଯାଉଥିବା ଲୋକ ଅଛନ୍ତି । ବିସ୍ଫୋରଣରେ ଜଳିଯାଇ କିମ୍ବା ବିସ୍ଫୋରଣରେ ଉଡିଯାଉଥିବା ପଦାର୍ଥରେ ବାଜି ୪ ଜଣଙ୍କ ମୃତ୍ୟୁ ହୋଇଥାଇପାରେ । ବିସ୍ଫୋରଣର କାରଣ ବିଷୟରେ ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚିଛି ।“