ସବୁ ଗରିବ, ଆଦିବାସୀ ସ୍ବଚ୍ଛ ଜଳ ନିମନ୍ତେ ହକଦାର: ମୋଦୀ

‘ଗୁଜରାଟ ଗୌରବ ଅଭିଯାନ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରତ୍ୟେକ ଗରିବ, ପ୍ରତ୍ୟେକ ଆଦିବାସୀ ଯେତେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ସେମାନେ ପରିଷ୍କାର ପାଣି ପାଇଁ ହକଦାର । ସେଥିପାଇଁ ବଡ଼ ବଡ଼ ପ୍ରକଳ୍ପମାନ ହାତକୁ ନିଆଯାଉଛି । ପ୍ରମାଣଚିହ୍ନ ଭାବେ ଉଭୟ ଶିଳାନ୍ୟାସ ଓ ଉଦଘାଟନ ଭଳି କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ କରିବା ଭଳି କର୍ମସଂସ୍କୃତି ପରିବର୍ତ୍ତନ ଯୋଗୁ ସମୟାନୁସାରେ ପ୍ରକଳ୍ପର କାର୍ଯ୍ୟ ଶେଷ ହେଉଛି। ଆମେ ସରକାରରେ ରହିବା ଯୋଗୁ ସେବା ପାଇଁ ସୁଯୋଗ ପାଉଛୁ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ । ଆମର ପୂର୍ବ ପିଢ଼ି ଯେଉଁ ସମସ୍ୟା ମଧ୍ୟ ଦେଇ ଗତି କରିଛନ୍ତି, ଆମ ପର ପିଢ଼ି ଯେପରି ଏହାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ଆମେ ସଂକଳ୍ପବଦ୍ଧ । ସେଥିପାଇଁ ଏହି ଯୋଜନାଗୁଡ଼ିକ ସଫା ପାଣି, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରୁଛୁ। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗୁଜରାଟ ଗୌରବ ଅଭିଯାନ’ରେ ଯୋଗ ଦେଇ ଏହି କହିଛନ୍ତି।

‘ଗୁଜରାଟ ଗୌରବ ଅଭିଯାନ’ କାଳରେ ପ୍ରଧାନମନ୍ତ୍ରୀ ନବସାରୀର ଏକ ଆଦିବାସୀ ବହୁଳ ଅଞ୍ଚଳ ଖୁଦଭେଲ ଠାରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ସାତଟି ପ୍ରକଳ୍ପର ଉଦ୍‌ଘାଟନ, ୧୨ଟିର ଶିଳାନ୍ୟାସ ଓ ୧୪ଟି ପ୍ରକଳ୍ପର ଭୂମି ପୂଜନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକ ସେ ଅଞ୍ଚଳରେ ଜଳଯୋଗାଣ ସୁବିଧା କରିବା ସହ ସଂଯୋଗୀକରଣ ବୃଦ୍ଧି ସହ ସୁଖ ସ୍ୱାଚ୍ଛନ୍ଦ୍ୟରେ ବସବାସ କରିବା ନିମନ୍ତେ ସୁବିଧା ଯୋଗାଇବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ ଏବଂ ଜନପ୍ରତିନିଧି ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନବସାରୀର ମାଟିକୁ ପ୍ରଣିପାତ କରି ଆଦିବାସୀ ଗୌରବମୟ ସାମର୍ଥ୍ୟ ଓ ସଂକଳ୍ପକୁ ସ୍ୱୀକୃତି ଜଣାଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟର ଦ୍ରୁତ ଓ ସାମଗ୍ରିକ ବିକାଶ ଯୋଗୁ ଏକ ନୂତନ ଆକାଂକ୍ଷା ସୃଷ୍ଟି ହୋଇଛି । ଡବଲ ଇଞ୍ଜିନ ସରକାର ନିଷ୍ଠାପର ଭାବେ ଏହି ଗୌରବମୟ ପରମ୍ପରାକୁ ଆଗେଇ ନେଉଛନ୍ତି । ଆଜିର ଏହି ପ୍ରକଳ୍ପଗୁଡ଼ିକ ସୁରତ, ନବସାରୀ, ଭାଲସାଦ ଓ ତାପି ଭଳି ଦକ୍ଷିଣ ଗୁଜରାଟ ଜିଲ୍ଲାଗୁଡ଼ିକରେ ଜୀବନମାନରେ ଉନ୍ନତି ଆଣିବ ବୋଲି ସେ କହିଥିଲେ। ଆଠ ବର୍ଷ ପୂର୍ବରୁ ଗୁଜରାଟବାସୀ ତାଙ୍କୁ କିପରି ଦିଲ୍ଲୀ ପଠାଇଥିଲେ, ସେ ତା’ର ସ୍ମୃତିଚାରଣ କରିଥିଲେ । ଗତ ଆଠ ବର୍ଷ ମଧ୍ୟରେ ସରକାର ଅନେକ ଶ୍ରେଣୀର ବ୍ୟକ୍ତି ଓ ଅଞ୍ଚଳକୁ ବିକାଶ ପ୍ରକ୍ରିୟା ଓ ନୂତନ ଆକାଂକ୍ଷା ସହ ଯୋଡ଼ିବାରେ ସମର୍ଥ ହୋଇଛନ୍ତି ବୋଲି ସେ କହିଥିଲେ । ସମୟ ଥିଲା ଯେତେବେଳେ ଗରିବ, ବଞ୍ଚିତ, ଦଳିତ, ଆଦିବାସୀ, ମହିଳା ଓ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନେ କିପରି ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସାରା ଜୀବନ ସଂଘର୍ଷ କରୁଥିଲେ, ତାହାକୁ ସେ ମନେ ପକାଇଥିଲେ।

ଆଗରୁ ସରକାରଗଣ ସେମାନଙ୍କ ବିକାଶକୁ ପ୍ରାଥମିକତା ଦେଉ ନ ଥିଲେ । ଅତ୍ୟଧିକ ସାହାଯ୍ୟ ଆବଶ୍ୟକ କରୁଥିବା ଶ୍ରେଣୀ ଓ ଅଞ୍ଚଳ ଏହି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଥିଲେ । ଗତ ଆଠ ବର୍ଷ ମଧ୍ୟରେ ସବକା ସାଥ, ସବକା ବିକାଶ ମନ୍ତ୍ରକୁ ଧରି ତାଙ୍କ ସରକାର ଗରିବ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗଇ ଦେବା ସହ ସେମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଥିଲେ। “ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ହିଁ ମୋର ଶକ୍ତି” ବୋଲି ସେଠାକାର ଅଞ୍ଚଳ ପରିଦର୍ଶନରେ ଆନନ୍ଦିତ ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆଦିବାସୀମାନେ ସମସ୍ତ ସୁଯୋଗ ପାଇବା ଉଚିତ ଓ ସେ ସେମାନଙ୍କ ସ୍ୱଚ୍ଛତା, ଗୁଣ, ବୁଦ୍ଧି, ସଂପାନ ଓ ଶୃଙ୍ଖଳା ବିଜ୍ଞାନର ପ୍ରଶଂସା କରିଥିଲେ । ସେ ମଧ୍ୟ ଆଦିବାସୀ ସମାଜ ଗୋଷ୍ଠୀର ମୂଲ୍ୟବୋଧ, ଜୀବନ ଓ ପରିବେଶ ସୁରକ୍ଷା ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର