ଅହମ୍ମଦାବାଦ : କୋଭିଡ-୧୯ ମହାମାରୀ ସମୟରେ ବନ୍ଦ ରହିଥିବା ସ୍କୁଲମାନେ ଛାତ୍ରଛାତ୍ରୀଙ୍କଠାରୁ କୌଣସି ପ୍ରକାର ଫି’ ଆଦାୟ କରିପାରିବେ ନାହିଁ ବୋଲି ଗୁଜରାଟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ସ୍କୁଲ ବନ୍ଦ ସମୟରେ ଫି ଆଦାୟ କରିପାରିବେ ନାହିଁ ଏବଂ ସରକାରଙ୍କ ବିନା ପରାମର୍ଶରେ ଅନ୍ଲାଇନ ମାଧ୍ୟମରେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ଗୁଜରାଟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ଘରୋଇ ଶିକ୍ଷାନୁଷ୍ଠାନମାନେ କୌଣସି ପ୍ରକାର ଫି ବୃଦ୍ଧି ମଧ୍ୟ କରିପାରିବେ ନାହିଁ କି ଅନ୍ଲାଇନ୍ କ୍ଲାସ କରି ଫି ଆଦାୟ କରିପାରିବେ ନାହିଁ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଗୁଜରାଟର ୨୦ ହଜାର ଘରୋଇ ସ୍କୁଲର ୩୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।
ଗୁଜରାଟ ସରକାରଙ୍କ ନିର୍ଦ୍ଦେଶ : ସ୍କୁଲ ବନ୍ଦ ସମୟରେ ଫି’ ଆଦାୟ ହୋଇ ପାରିବ ନାହିଁ
/sambad/media/post_attachments/wp-content/uploads/2020/07/kids.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)