ଅହମଦାବାଦ: ଗୁଜରାଟର କଚ୍ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ‘ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍’ (ଡିଆର୍ଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଥିବା କେତୋଟି କଣ୍ଟେନର୍ ଜବତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏସବୁ ଚୋରାରେ ଆଫଗାନିସ୍ତାନରୁ ଆସିଥିବା କୁହାଯାଉଛି।
ତଲାସ ପାଇଁ ସରକାରୀ କର୍ତ୍ତୃପକ୍ଷମାନେ ଆମଦାନି କରାଯାଇଥିବା କେତେକ ସାମଗ୍ରୀକୁ ଅଟକାଇ ଥିଲେ। ସେଗୁଡ଼ିକୁ ଯାଞ୍ଚ କରିବା ସମୟରେ ଜାଣିବାକୁ ପାଇଲେ ଯେ, ‘ଟାଲ୍କମ୍ ପାଉଡର୍’ ନାଁରେ କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ ଆମଦାନି କରାଯାଉଛି।
Image Courtesy of India Todayଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ‘ଆଶି ଟ୍ରେଡିଙ୍ଗ୍ ଫାର୍ମ’ ଉକ୍ତ ‘କଣ୍ଟେନର୍’ଗୁଡ଼ିକୁ ଆଫଗାନିସ୍ତାନରୁ ମୁନ୍ଦ୍ରା ବନ୍ଦରକୁ ଆଣିଥିବା କୁହାଯାଉଛି। କିନ୍ତୁ, ଆମଦାନି କରାଯାଇଥିବା ସାମଗ୍ରୀ ‘ଟାଲ୍କମ୍ ପାଉଡର୍’ ବୋଲି ଉପରୋକ୍ତ ଫାର୍ମ ଘୋଷଣା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆଫଗାନିସ୍ତାନର କାନ୍ଦାହାରରେ ଥିବା ‘ହସନ୍ହୁସେନ୍ ଲିମିଟେଡ୍’ ନାମକ ପ୍ରତିଷ୍ଠାନ ଏହାକୁ ରପ୍ତାନି କରିଛି।
ଗତ ୫ ଦିନ ହେବ ‘ଡିଆର୍ଆଇ’ ଏବଂ ‘କଷ୍ଟମ୍’ ସେଠାରେ ତଲାସ ଅଭିଯାନ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Heroin-Mundra.jpg)