ଏହି କାରଣରୁ ହଠାତ୍‌ କୋର୍ଟ ରୁମ୍‌ରୁ ବାହାରକୁ ଦୌଡ଼ିବାକୁ ଲାଗିଲେ ବିଚାରପତି ଏବଂ ଓକିଲ

ସୁରେନ୍ଦ୍ରନଗର(ଗୁଜୁରାଟ) : ଗୁଜୁରାଟର ସୁରେନ୍ଦ୍ରନଗରରେ ଥିବା ଏକ କୋର୍ଟରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୋର୍ଟରେ ବିଚାରପତି, ଓକିଲ ଏବଂ ଅନ୍ୟ କର୍ମଚାରୀ ଥିବା ସମୟରେ ହଠାତ୍‌ ଭିତରକୁ ଏକ ଚିତାବାଘ ପଶି ଆସିଥିଲା । ଏଭଳି ଅବିଶ୍ୱସନୀୟ ଦୃଶ୍ୟ ଦେଖି ବିଚାରପତିଙ୍କ ସମେତ ଭିତରେ ଥିବା ସମସ୍ତଙ୍କ ଲୋକ ବାହାରକୁ ଦୌଡ଼ିବା ସହ କୋର୍ଟ ରୁମ୍‌ର କବାଟକୁ ବାହାର ପଟୁ ଦେଇ ବନ୍ଦ କରି ଦିଆଯାଇ ଥିଲା। ଏହା ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା ।

BBC.com

ସୁରେନ୍ଦ୍ରନଗର ପୁଲିସ କର୍ମଚାରୀଙ୍କ କହିବା ଅନୁଯାୟୀ, କୋର୍ଟର ସବୁ କର୍ମଚାରୀ ସୁରକ୍ଷିତ ଅଛନ୍ତି । କୋର୍ଟର ଚାରି ପାର୍ଶ୍ୱରେ ଜଙ୍ଗଲ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୁଲିସ କର୍ମଚାରୀ ଜଣାଇଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଗୁଜୁରାଟର ସଚିବାଳୟରେ ମଧ୍ୟ ଚିତାବାଘ ପ୍ରବେଶ କରିଯାଇ ଥିବାରୁ କାମ ଅଧାରେ ଅଟକି ରହିଥିଲା ।

ସମ୍ବନ୍ଧିତ ଖବର