ପାକିସ୍ତାନ ଜେଲରେ ୨୮ ବର୍ଷର ବନ୍ଦୀ ଜୀବନ କାଟିବା ପରେ ଘରକୁ ଫେରିଲେ ଗୁଜୁରାଟ ବ୍ୟକ୍ତି

ଅହମ୍ମଦାବାଦ: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲରେ ୨୮ ବର୍ଷରୁ ଉର୍ଦ୍ଧ୍ୱକାଳ ବନ୍ଦୀ ଥିବା ଗୁଜୁରାଟର ଜଣେ ବ୍ୟକ୍ତି ଶେଷରେ ତାଙ୍କ ପରିବାର ନିକଟକୁ ଫେରିଛନ୍ତି। ୧୯୯୪ରେ ପାକିସ୍ତାନୀ ଏଜେନ୍‌ସି ଦ୍ୱାରା ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ୫୯ ବର୍ଷ ବୟସ୍କ କୁଲଦୀପ ଯାଦବଙ୍କୁ ପାକିସ୍ତାନର ଏକ ଅଦାଲତ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ ଏବଂ ସେ ୨୮ ବର୍ଷ ଜେଲରେ ରହିଥିଲେ।

ଉଲ୍ଲେଖଯୋଗ୍ୟ, ଯାଦବଙ୍କୁ ମାର୍ଚ୍ଚ ୨୩, ୧୯୯୪ରେ ପାକିସ୍ତାନୀ କର୍ତ୍ତୃପକ୍ଷ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରିଥିଲେ ଏବଂ ତାଙ୍କୁ ତିନି ବର୍ଷ ପାଇଁ ଅଟକ ରଖାଯାଇଥିଲା। ଏହା ପରେ, ଏକ ସାମରିକ ଅଦାଲତ ତାଙ୍କୁ ଗୁପ୍ତଚର ଅଭିଯୋଗରେ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କୁ ୧୯୯୬ରେ କୋଟ ଲଖପତ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ତାଙ୍କ ପରିବାର ସହିତ ପୁନଃ ମିଳିତ ହେବା ପରେ ଯାଦବ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ ପଡ଼ୋଶୀ ଦେଶର କାରାଗାରରେ ବନ୍ଦୀ ଥିବା ଅନ୍ୟ ଦେଶବାସୀଙ୍କୁ ଫେରାଇ ଆଣିବାରେ ଭାରତ ସରକାର ସାହାଯ୍ୟ କରନ୍ତୁ।

୨୦୧୩ରେ ତାଙ୍କ ପରିବାର ସହ ଯୋଗାଯୋଗ ହରାଇଥିବା କୁଲଦୀପ ଯାଦବ ସରକାରଙ୍କୁ ତାଙ୍କ ଥଇଥାନରେ ସାହାଯ୍ୟ କରିବାକୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ପାଖରେ କିଛି ନାହିଁ ଏବଂ ସେ ତାଙ୍କ ଭାଇଭଉଣୀଙ୍କ ଉପରେ ନିର୍ଭରଶୀଳ ହୋଇ ରହିପାରିବେ ନାହିଁ। ମୁଁ କେତେ ଦିନ ପର୍ଯ୍ୟନ୍ତ ମୋ ଭାଇ ଏବଂ ଭଉଣୀ ଉପରେ ର୍ନିଭରଶୀଳ ରହିବି? ମୋର ଥଇଥାନରେ ମୋତେ ସାହାଯ୍ୟ କରିବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି। ପଡୋଶୀ ଦେଶର ଜେଲରେ ବନ୍ଦୀ ଥିବା ଭାରତୀୟଙ୍କ ଦୁର୍ଦ୍ଦଶା ବୁଝିବା ଏବଂ ସେମାନଙ୍କୁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ କୁଲଦୀପ ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୋଗଙ୍କୁ ମଧ୍ୟ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର