ନୂଆଦିଲ୍ଲୀ: ଗୁଜରାଟ ଆଣ୍ଟି-ଟେରରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଉତ୍ତରପ୍ରଦେଶ ପୁଲିସର ସହଯୋଗରେ ଲଖିମପୁରରେ ଆଇଏସ୍ଆଇଏସ୍ ସହ ଜଡିତ ଆତଙ୍କବାଦୀ ମଡ୍ୟୁଲ୍ ମାମଲାରେ ଗିରଫ ଆତଙ୍କବାଦୀ ମହମ୍ମଦ ସୁହେଲ୍ ଖାନ ଘରେ ଚଢ଼ଉ କରିଛି। ଚଢ଼ଉ ସମୟରେ ସୁହେଲ ଖାନର ବାସଭବନରୁ ଏକ ଆଇଏସ୍ଆଇଏସ୍ ପତାକା ଜବତ କରାଯାଇଥିଲା। ସୁହେଲ ଖାନ ଓ ସହ-ଅଭିଯୁକ୍ତ ଆଜାଦ ସୁଲେମାନ ଶେଖ ଅସ୍ତ୍ରଶସ୍ତ୍ର ଓ ରାସାୟନିକ ପଦାର୍ଥ ପରିବହନ ପାଇଁ ସମ୍ଭାବ୍ୟ ମାର୍ଗ ଯାଞ୍ଚ କରିବାକୁ କାଶ୍ମୀର ଯାତ୍ରା କରିଥିଲେ। ଏହି ଚଢ଼ଉ ପରେ ତିନି ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି - ଆଜାଦ ସୁଲେମାନ ଶେଖ, ମହମ୍ମଦ ସୁହେଲ ମହମ୍ମଦ ସଲିମ ଓ ଏମ୍ବିବିଏସ୍ ଡାକ୍ତର ଅହମଦ ମୋହିଉଦ୍ଦିନ ସୟେଦ। ଗୁଜରାଟ ଏଟିଏସ୍ କହିଛି ଯେ, ସେମାନେ ଜଡ଼ା ତେଲରୁ ଉତ୍ପନ୍ନ ଏକ ଅତ୍ୟନ୍ତ ବିଷାକ୍ତ କେମିନାଲ୍ ‘ରିସିନ୍’ ପ୍ରସ୍ତୁତ କରୁଥିବା ମଡ୍ୟୁଲର ଅଂଶ।
ଅଧିକାରୀଙ୍କ କହିବା ଅନୁସାରେ, ଟିମ୍ ହସ୍ତକ୍ଷେପ କରିବା ପୂର୍ବରୁ ଡାକ୍ତର ସୟେଦ ଉପକରଣ ସଂଗ୍ରହ କରିଥିଳଶ, ଜଡ଼ା ତେଲ ମଗାଇଥିଳଶ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରକ୍ରିୟାକରଣ ଆରମ୍ଭ କରିଥିଳଶ। ଏହି ଗୋଷ୍ଠୀ ଲକ୍ଷ୍ନୌସ୍ଥିତ ଆର୍ଏସ୍ଏସ୍ କାର୍ଯ୍ୟାଳୟ, ଦିଲ୍ଲୀର ଆଜାଦପୁର ମଣ୍ଡି ଓ ଅହମଦାବାଦର ଏକାଧିକ ସ୍ଥାନରେ ସମ୍ଭାବ୍ୟ ଆକ୍ରମଣ ପାଇଁ ତଦାରଖ କରିଥିଳଶ। ଅଧିକାରୀମାନେ ମଙ୍ଗଳବାର ଡାକ୍ତର ସୟଦଣ ହାଇଦ୍ରାବାଦର ରାଜେନ୍ଦ୍ରନଗରସ୍ଥିତ ବାସଭବନରୁ ଦୁଇଟି ଗ୍ଲକ୍ ପିସ୍ତଲ, ଗୋଟିଏ ବେରେଟା, ୩୦ଟି ଜୀବନ୍ତ ଗୁଳି ଓ ଚାରି ଲିଟର ଜଡ଼ା ତେଲ ଜବତ କରିଥିଲେ। ପ୍ରାଥମିକ ତଦନ୍ତରେ ଆଫଗାନିସ୍ତାନରେ ଡାକ୍ତର ସୟେଦଣ ହ୍ୟାଣ୍ଡେଲର୍ - ଅବୁ ଖାଦିଜା ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ), ଭାରତୀୟ ନ୍ୟାୟ ସଂହିତା ଓ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/untitled-11-2025-11-18-07-06-20.jpg)