ଗୁଜୁରାଟ ନିର୍ବାଚନ: ସଟ୍ଟା ବଜାରରେ ବିଜେପିକୁ ୧୦୭ରୁ ୧୧୦ ଆସନ

ଜୈସାଲମର: ଗୁଜୁରାଟ୍‌ ନିର୍ବାଚନ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ନିର୍ବାଚନ ନେଇ ସଟ୍ଟା ବଜାର ମଧ୍ୟ ଗରମ ହୋଇ ଉଠିଛି। ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ସମସ୍ତ ପୂର୍ବାନୁମାନ ବିଫଳ ହୋଇଥିବାରୁ ବୁକି ମାନେ ଗୁଜୁରାଟ ନିର୍ବାଚନ ନେଇ ବେଶ୍‌ ସତର୍କତାର ସହିତ ସଟ୍ଟାବଜାରକୁ ଓହ୍ଲାଇଛନ୍ତି। ବୁକିମାନେ ଗୁଜୁରାଟ ବିଧାନସଭା ଆସନରେ ବିଜେପିକୁ ୧୦୭ରୁ ୧୧୦ ଆସନ ମିଳିବ ବୋଲି ଅନୁମାନ କରି ବେଟ୍‌ ଲଗାଉଥିବା ବେଳେ କଂଗ୍ରେସକୁ ୭୦-୭୨ ଆସନ୍‌ ନେଇ ବେଟ୍‌ ଲଗାଉଛନ୍ତି। ବେଟ୍‌ ବଜାରରେ ବିଜେପିର ଭାଉ ୫୦ ପଇସା ଥିବା ବେଳେ କଂଗ୍ରେସ ଭାଉ ୨ଟଙ୍କା ରହିଛି।

ଫଲୋଦି ଓ ବେକାନୁର ସଟ୍ଟାବଜାରର ବୁକିମାନଙ୍କ ଠାରୁ ମିଳିିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ସଟ୍ଟା ବଜାର ଯେମିତି ଗରମ ଥିଲା, ଗୁଜୁରାଟ ନିର୍ବାଚନ ସମୟରେ ସେମିତି ନାର୍ହିଁ। ଏପରିକି ସେମାନଙ୍କ ବ୍ୟବସାୟ ଉତ୍ତରପ୍ରଦେଶ ତୁଳନାରେ ଏକ ଚତୁର୍ଥାଂଶକୁ ଖସି ଆସିଥିବା ବୁକି ମାନେ କହିଛନ୍ତି। ସଟ୍ଟା ଖେଳାଉଥିବା ବ୍ୟକ୍ତିମାନଙ୍କର ବେଶ୍‌ କ୍ଷତି ହୋଇଥିଲା ଉତ୍ତରପ୍ରଦେଶ ନିର୍ବାଚନରେ। ସେତେବେଳେ ବୁକିମାନେ ଅନୁମାନ ଲଗାଇଥିଲେ ଯେ ବିଜେପି ଉତ୍ତର ପ୍ରଦେଶରେ ୧୯୨ରୁ ୨୦୦ ମଧ୍ୟରେ ସିଟ୍‌ ପାଇବ। ମାତ୍ର ବିଜେପି ୨୩୫ ଆସନ୍‌ ଜିଣିବାରୁ ବୁକିମାନଙ୍କର ବେଶ୍‌ କ୍ଷତି ହୋଇଥିଲା। ଉତ୍ତରପ୍ରଦେଶ ନିର୍ବାଚନରେ କୋଟିରେ ବେଟ୍‌ ଲାଗୁଥିବା ବେଳେ ଏଥର ଗୁଜୁରାଟ ନିର୍ବାଚନରେ କେବଳ ଛୋଟ୍‌ ଛୋଟ ବେଟ୍‌ ( ଯାହା ମାତ୍ର କେତେ ହଜାର ଟଙ୍କା ଭିତରେ ସୀମିତ)ଲାଗୁଛି ବୋଲି ବୁକିମାନେ କହିଛନ୍ତି। ଗୁଜୁରାଟ ନିର୍ବାଚନ ନେଇ ବୁକିମାନେ କହିଛନ୍ତି ଯେ ଗୁଜୁରାଟରେ ବିଜେପିର ବିଜୟ ଟ୍ରେଣ୍ଟ ନେଇ ବେଟ୍‌ ଲାଗୁଛିି। କିନ୍ତୁ ସଂଖ୍ୟା କମିବ ବୋଲି ବୁକିମାନେ ଆକଳନ କରୁଛନ୍ତି। ବୁକିମାନେ ଗୁଜୁରାଟ ବିଧାନସଭା ଆସନରେ ବିଜେପିକୁ ୧୦୭ରୁ ୧୧୦ ଆସନ ମିଳିବ ବୋଲି ଅନୁମାନ କରି ବେଟ୍‌ ଲଗାଉଥିବା ବେଳେ କଂଗ୍ରେସକୁ ୭୦-୭୨ ଆସନ୍‌ ନେଇ ବେଟ୍‌ ଲଗାଉଛନ୍ତି।
ସୂଚନାଯୋଗ୍ୟ ଯେ ଗୁଜୁରାଟ୍‌ର ମୋଟ୍‌ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୨୦୧୨ ମସିହାରେ ବିଜେପ ୧୧୫ଟି ଆସନ ଜିଣିଥିଲା ଓ କଂଗ୍ରେସ ୬୮ଟି ଆସନରେ ବିଜୟୀ ହୋଇଥିଲା। ତେଣୁ ଏଥର ଗୁଜୁରାଟ ନିର୍ବାଚନ ଉପରେ ସଟ୍ଟାବେପାରିମାନେ କଡ଼ା ନଜର ରଖିଛନ୍ତି। ପ୍ରତିଦିନ ବଦଳୁଥିବା ସ୍ଥିତି ଉପରେ ମଧ୍ୟ ସେମାନେ ନଜର ରଖିଛନ୍ତି। ସେମାନଙ୍କ କହିବା କଥା ଏବେ ସଟ୍ଟା ବଜାର ମାନ୍ଦା ଅଛି। ମାତ ଡିସେମ୍ବର ପ୍ରଥମ ସପ୍ତାହ ପରେ ପରିସ୍ଥିତି ବଦଳି ଯିବ। ଏପରିକି ଡିସେମ୍ବର ୧୮ରେ ସଟ୍ଟା ବଜାରର ପାରା ଯଥେଷ୍ଟ ଉପରକୁ ଉଠିବ ବୋଲି ବୁକିମାନେ ଆଶା ବାନ୍ଧିଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜୁରାଟ ହୋଇଥିବାରୁ ଓ ସେ ବିଭିନ୍ନ ନିର୍ବାଚନୀ ସଭାରେ ଭାଷଣ ଦେଇ ଲୋକଙ୍କୁ ଆକୃଷ୍ଟ କରୁଥିବାରୁ ଆଗାମୀ ଦିନରେ ସଟ୍ଟା ବଜାର ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିବ ବୋଲି ବୁକି ମାନେ କହୁଛନ୍ତ।

ସମ୍ବନ୍ଧିତ ଖବର