ଗାନ୍ଧୀନଗର: ଏଚ୍୩ଏନ୍୨ ଭାଇରସ୍ ସଂକ୍ରମଣ ହେତୁ ଗୁଜୁରାଟର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଚ୍୩ଏନ୍୨ ଭାଇରସ୍ରେ ଏହା ହେଉଛି ରାଜ୍ୟର ପ୍ରଥମ ମୃତ୍ୟୁ ମାମଲା। ମହିଳା ଜଣକ ସେଠାକାର ଏସ୍ଏସ୍ଜି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ଏହି ମାମଲାକୁ ମିଶାଇ ଦେଶରେ ସମୁଦାୟ ୭ଟି ମୃତ୍ୟୁ ହୋଇ ସାରିଲାଣି। ପ୍ରଥମ ମୃତ୍ୟୁ ମାମଲା ଚିହ୍ନଟ ହୋଇଥିଲା କର୍ଣ୍ଣାଟକର ହସନ ଜିଲ୍ଳାରେ। ୮୨ ବର୍ଷୀୟ ବୃଦ୍ଧ ଜଣଙ୍କର ମୃତ୍ୟୁ ହେବା ପରେ ଦେଶର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା।
ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରି ୨ରୁ ମାର୍ଚ ୫ ତାରିଖ ମଧ୍ୟରେ ଦେଶରେ ୫,୪୫୧ଟି ଏଚ୍୩ଏନ୍୨ ମାମଲା ଚିହ୍ନଟ ହୋଇଛି। ମାର୍ଚ ଶେଷ ବେଳକୁ ସଂକ୍ରମଣ ହ୍ରାସ ପାଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟ ଗବେଷକମାନେ ସୂଚନା ଦେଇଛନ୍ତି ଯେ ଏଚ୍୩ଏନ୍୨ର କରୋନା ସହ ସମାନତା ରହିଛି। କରୋନା ମହାମାରୀର ପ୍ରାୟ ୨ ବର୍ଷ ପରେ ଏବେ ଦେଶରେ ପୁଣି ଥରେ ଏହି ଭୂତାଣୁ ସଂକ୍ରମଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ନିକଟରେ ଆଇସିଏମ୍ଆର୍ ଏକ ପରାମର୍ଶ ପତ୍ର ଜାରି କରି ଲୋକମାନଙ୍କୁ ନିଜ ମନ ଇଚ୍ଛା ଔଷଧ ଖାଇବାକୁ ମନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-77.jpg)