ସୁରଟ୍‌ ଦୁଷ୍କର୍ମ ମାମଲା : ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇଙ୍କୁ ଆଜି ଦଣ୍ଡ ଶୁଣାଇବେ ଅଦାଲତ

ସୁରଟ୍‌ : ଦୁଷ୍କର୍ମକାରୀ ଆସାରାମ ବାପୁର ଦୁଷ୍କର୍ମକାରୀ ପୁଅ ନାରାୟଣ ସାଇକୁ କ’ଣ ଦଣ୍ଡବିଧାନ ହେବ, ଅଦାଲତ ଆଜି ତାହାର ନିଷ୍ପତ୍ତି ନେବେ । ଆସାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଗତ ଶୁକ୍ରବାର ଏପ୍ରିଲ ୨୬ରେ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ୍‌ ସେସନ କୋର୍ଟ । ନାରାୟଣ ସାଇଙ୍କ ବିରୋଧରେ ସୁରଟ୍‌ର ଦୁଇ ଭଉଣୀ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ଅଦାଲତ ଏହି ମାମଲାକୁ ନେଇ ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏପ୍ରିଲ ୩୦ରେ ଦଣ୍ଡ ଶୁଣାଇବା ବୋଲି ଘୋଷଣା କରିଥିଲେ । ଯାହାର ଶୁଣାଣି ଆଜି କରାଯିବ ।

ସୂଚନା ମୁତାବକ, ପୁଲିସ ୨୦୧୩ରେ ଦୁଇ ପୀଡ଼ିତା ଭଉଣୀଙ୍କ ବୟାନ ରେକର୍ଡ କରିବା ସହ ପ୍ରମାଣ ଆଧାରରେ ଆସାରାମ ବାପୁ ଏବଂ ନାରାୟଣ ସାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଦୁଇ ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ ନାରାୟଣ ସାଇଙ୍କ ବିରୋଧରେ ପ୍ରମାଣ ଦେବା ସହ ଦୁଷ୍କର୍ମ କରାଯାଉଥିବା ଆଡ୍ଡା ଚିହ୍ନଟ କରିଥିବା ବେଳେ ବଡ଼ ଭଉଣୀ ଆସାରାମ ବାପୁଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ମାମଲା ରୁଜୁ ହେବାର ଦୁଇ ମାସ ପରେ ହରିୟାଣା-ଦିଲ୍ଲୀର ସୀମାରୁ ପୁଲିସ ନାରାୟଣ ସାଇଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର