କୋଲକାତା: ଆଇପିଏଲ୍ ୨୦୨୪ ରେ ଡେବ୍ୟୁ କରିଥିବା ରାଞ୍ଚିର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରବିନ୍ ମିଞ୍ଜ୍ ବାଇକ୍ ଚଳାଇବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ସୂଚନା ରବିନ୍ ମିଞ୍ଜଙ୍କ ପିତା ଫ୍ରାନ୍ସିସ୍ ମିଞ୍ଜ୍ ଦେଇଛନ୍ତି। ଡିସେମ୍ବର ୧୯ ରେ ଦୁବାଇରେ ଆୟୋଜିତ ହୋଇଥିବା ଆଇପିଏଲ୍ ୨୦୨୪ ନିଲାମରେ ଗୁଜରାଟ ଟାଇଟାନ୍ସ ଏହି ବ୍ୟାଟ୍ସମ୍ୟାନଙ୍କୁ ୩.୬କୋଟି ଟଙ୍କାରେ କିଣିଥିଲା। ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା କରି ରବିନ୍ ମିଞ୍ଜଙ୍କ ପିତା କହିଛନ୍ତି ରବିନଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ଏହି ଆଘାତ କେତେ ଗୁରୁତର ତାହା ଉପରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ।

Advertisment

ଆଇପିଏଲ୍ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ଟାଇଟାନ୍ସକୁ ୨୪ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ । ରବିନବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।
ତେବେ ରବିନଙ୍କ ଦୁର୍ଘଟଣା ନେଇ ଗୁଜରାଟ ଟାଇଟନ୍ସ ଏବେ ଚିନ୍ତାରେ ପଡ଼ିଛି। ୨୨ ମାର୍ଚ୍ଚ ପୂର୍ବରୁ ରବିନ ସୁସ୍ଥ ନହେଲେ କ’ଣ ହେବ ତାହା ଦଳକୁ ଘାରିଛି। ରବିନଙ୍କ ବିକଳ୍ପ କିଏ ହେବ‌େ ସେ ନେଇ ଚର୍ଚ୍ଚା ଜାରି ରହିଛି।