ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସକୁ ଆଜି ବଡ଼ ଧକ୍କା ଲାଗିଛି। ବରିଷ୍ଠ ବିଧାୟକ ମୋହନସିଂହ ରଥୱା ମଙ୍ଗଳବାର ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରଥୱା ରାଜ୍ୟ କଂଗ୍ରେସ ମୁଖ୍ୟ ଜଗଦୀଶ ଠାକୁରଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ମୋହନସିଂହ ରଥୱା ଜଣେ ପ୍ରମୁଖ ଆଦିବାସୀ ନେତା। କେନ୍ଦ୍ରୀୟ ଗୁଜରାଟର ଛୋଟା ଉଦୟପୁର ନିର୍ବାଚନମଣ୍ଡଳୀକୁ ସେ ପ୍ରତିନିଧିତ୍ବ କରୁଛନ୍ତି। ନିକଟରେ ସେ ଘୋଷଣା କରିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସେ ଟିକେଟ ଚାହୁନହାନ୍ତି କିନ୍ତୁ ତାଙ୍କ ଆସନରେ ଦଳ ତାଙ୍କ ପୁଅଙ୍କୁ ଟିକେଟ ଦେବାପାଇଁ ସେ ଚାହାନ୍ତି। କଂଗ୍ରେସ ରାଜ୍ୟସଭା ସାଂସଦ ନରଣ ରଥୱା ମଧ୍ୟ ଏହି ସମାନ ଆସନରୁ ତାଙ୍କ ପୁଅଙ୍କ ପାଇଁ ଟିକେଟ ଚାହିଛନ୍ତି।
କଂଗ୍ରେସ ଛାଡ଼ିଲେ ଗୁଜରାଟ ଆଦିବାସୀ ନେତା, ୧୦ ଥର ବିଧାୟକ ହୋଇଥିଲେ
/sambad/media/post_attachments/wp-content/uploads/2022/11/5f64h65sf4h6f5s4hf65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)