ନୂଆଦିଲ୍ଲୀ: ଗୁଜରାଟର ବଲସାଡ଼ରେ ଏକ ହୋଟେଲରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଅର ଜନ୍ମଦିନ ଭୋଜି ଚାଲିଥିବା ବେଳେ ମା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ମହିଳାଙ୍କ ମୃତ୍ୟୁ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଲୋକେ ଭାବବିହ୍ବୋଳ ହୋଇପଡ଼ୁଛନ୍ତି। ପ୍ରତିକ୍ରିୟା ଦେଇ କହିଛନ୍ତି, ‘ହେ ଭଗବାନ ମୃତ୍ୟୁ ଏମିତି ବି ଆସେ।’
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଗୁଜରାଟର ବଲସାଡ଼ର ସ୍ଥିତ ଏକ ହୋଟେଲରେ ବାରୋଟ ପରିବାର ପୁଅର ଜନ୍ମଦିନ ପାଇଁ ଭୋଜିର ଆୟୋଜନ ହୋଇଛି। ଲୋକେ ବି ଭୋଜିରେ ଉପସ୍ଥିତ ହୋଇ ଖୁବମଜାମସ୍ତି କରୁଛନ୍ତି। ୟାମିନବେନ ନାମକ ମହିଳା ଜଣକ ତାଙ୍କ ସ୍ବାମୀ ଓ ୫ବର୍ଷର ପୁଅକୁ ଧରି ମଞ୍ଚ ଉପରେ ଛିଡ଼ା ହୋଇଛନ୍ତି। ପୁଅର ଜନ୍ମଦିନକୁ ନେଇ ୟାମିନବେନ ଖୁବ ଖୁସି ଅଛନ୍ତି। କିଛିସମୟ ପରେ ୟାମିନବେନଙ୍କ ସ୍ବାମୀ ପୁଅକୁ ଧରି ତଳକୁ ଓହ୍ଲାଇ ପଡ଼ୁଛନ୍ତି। ଏତିକି ବେଳେ ୟାମିନବେନ ବି ମଞ୍ଚରୁ ତଳକୁ ଓହ୍ଲାଉ ଥିବା ବେଳେ ସ୍ବାମୀଙ୍କ ପାଦତଳେ ପଡ଼ି ଯାଉଛନ୍ତି।
પુત્રના જન્મદિવસે જ પાર્ટીમાં માતાનુું હાર્ટ એટેકના કારણે નિધન.... pic.twitter.com/bQ0OCLQoqj
— jaydeep shah (@jaydeepvtv) September 15, 2024
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ତଳୁ ଉଦ୍ଧାର କରି ମଞ୍ଚ ଉପରକୁ ଆଣି ପାଣି ଛିଟିକା ମାରୁଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସଙ୍ଗେସଙ୍ଗେ ମହିଳାଙ୍କୁ ପରିବାରଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ହୃତଘାତ ହେତୁ ୟାମିନବେନଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/lg0K9aLG75cWAnOgmF9U.jpg)