ଅହମଦାବାଦ୍ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ବିଭିନ୍ନ ଦଳ ରଣକୌଶଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ଏ ଭଳି ସ୍ଥିତିରେ ଗୁଜରାଟରେ ସପ୍ତାହକ ମଧ୍ୟରେ କଂଗ୍ରେସର ୩ ଜଣ ବିଧାୟକ ବିଜେପିରେ ଯୋଗ ଦେବା ଘଟଣା ଦଳର ଚିନ୍ତା ବଢ଼ାଇଦେଇଛି। ପୂର୍ବରୁ ୨ଜଣ ବିଧାୟକ ହାତ ଛାଡ଼ି ପଦ୍ମ ଧରିଥିବା ବେଳେ ଜାମନଗର ବିଧାୟକ ବଲ୍ଲଭ ଧର୍ଭିୟା ତୃତୀୟ ବିଧାୟକ ଭାବେ ବିଜେପିରେ ମିଶିଛନ୍ତି। ବଲ୍ଲଭ ଅପରାହ୍ନରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ଇସ୍ତଫାପତ୍ର ଦେବା ପରେ ଗୁଜରାଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୭୧କୁ ଖସି ଆସିଛି। ଉଲ୍ଲେଖଯୋଗ୍ୟ, କିଛି ମାସ ମଧ୍ୟରେ କଂଗ୍ରେସର ୫ ଜଣ ବରିଷ୍ଠ ନେତା ବିଜେପିରେ ମିଶିଛନ୍ତି। ଲୋକସଭା ନିର୍ବାଚନ ସଂକ୍ରାନ୍ତ ଆଲୋଚନା ପାଇଁ ମଙ୍ଗଳବାର ଗୁଜରାଟର ଗାନ୍ଧୀନଗରରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଥିବାବେଳେ ଦଳର ବରିଷ୍ଠ ନେତାମାନେ ଏଭଳି ଦଳ ଛାଡ଼ିବା ଘଟଣା କଂଗ୍ରେସର ଅଡୁଆ ବଢ଼ାଇ ଦେଇଛି।
ଗୁଜରାଟରେ ଆଉ ଜଣେ କଂଗ୍ରେସ ବିଧାୟକ: ବିଜେପିରେ ସପ୍ତାହକ ମଧ୍ୟରେ ୩ ଜଣ ଦଳ ଛାଡ଼ିଲେଣି
/sambad/media/post_attachments/wp-content/uploads/2019/03/bjp-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)