ଗୁଜରାଟ ନିର୍ବାଚନ: ୫୦ କୋଟି ଟଙ୍କାର ଅଚଳ ପୁରୁଣା ନୋଟ୍‌ ଜବତ

ଅହମଦାବାଦ: ଗୁଜରାଟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫୦ କୋଟି ଟଙ୍କାର ଅଚଳ ପୁରୁଣା ନୋଟ୍‌ ଜବତ କରିଛି। ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ଦାର ପ୍ରଚାର ଚାଲିଥିବା ବେଳେ ଅଚଳ ନୋଟ୍‌ ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରଟ୍‌ରେ ଅବସ୍ଥାପିତ ରାଜସ୍ୱ ଗୁଇନ୍ଦା ଅଧିକାରୀମାନେ ଭଦୋଦରାର ଜିଏସ୍‌୍‌ଟି ଅଧିକାରୀଙ୍କ ସହିତ ମିଶି ଭରୁଚ ସ୍ଥିତ ‘ଯମୁନା ବିଲ୍‌ଡିଂ ମ୍ୟାଟେରିଆଲ’ ପରସରରେ ଚଢ଼ଉ କରିଥିଲେ ଏବଂ ୪୮.୯୧ କୋଟି ଟଙ୍କାର ଅଚଳ ନୋଟ୍‌ ଜବତ କରିଥିଲେ। ଏ ସଂକ୍ରାନ୍ତରେ ୩ ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର