ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ୨୦୧୭ ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜୟକୁ ଚ୍ୟାଲେଂଜ କରି କୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ସର୍ବୋଚ୍ଚ ଅଦାଲତ ଏ ବାବଦ ଶୁଣାଣି କରି ପଟେଲଙ୍କୁ ହାଇକୋର୍ଟରେ ବିଚାରଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଛନ୍ତି। ପ୍ରତିଦ୍ବନ୍ଦ୍ବୀ ବିଜେପି ସଦସ୍ୟ ଦର୍ଶାଇଥିବା ଯୁକ୍ତି ଯଥାର୍ଥ ଥିବାରୁ ପଟେଲ ବିଚାରଣାର ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ଅଦାଲତ କହିଛନ୍ତି। ବିଜେପି ପ୍ରାର୍ଥୀ ବଳବନ୍ତସିଂହ ରାଜପୁତଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିବା ପରେ ପଟେଲ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରିଥିଲେ।