ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଲେ ଗୁଜୁରାଟ ସରକାର, ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କୁ ବିନା ପରୀକ୍ଷାରେ ପାସ୍

ଗାନ୍ଧୀନଗର: କରୋନା କାଳରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ବିଚାର କରି ବିଭିନ୍ନ ରାଜ୍ୟ ସରକାରମାନେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖୁଛନ୍ତି । ଏହି କ୍ରମରେ ଆଜି ଗୁଜୁରାଟ ସରକାର ଆସନ୍ତା ମେ ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଗୁଜୁରାଟ ଏସଏଚଏସଇବିର ସଦସ୍ୟମାନେ ଆଜି ଏକ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇ ସେମାନଙ୍କୁ ବିନା ପରୀକ୍ଷାରେ ପାସ୍ କରିଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ହେବ ସେ ନେଇ ୨ ରୁ ୩ ସପ୍ତାହ ପରେ ବିଚାର କରାଯିବ ବୋଲି କୁହାଯିବା ସହ ପରୀକ୍ଷା ନିଶ୍ଚିତ ଭାବେ ବିଳମ୍ବରେ ହେବ ବୋଲି ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ଦୃତହାରରେ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟରେ ୪୬୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ଓ ୭୩ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର