ଗୁଜୁରାଟର ଏହି ଗାଆଁରେ ନିର୍ବାଚନ ପ୍ରଚାର ନିଷିଦ୍ଧ , ତଥାପି ୯୫ ରୁ ୯୬ ପ୍ରତିଶତ ମତଦାନ

ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲାରେ ଥିବା ଏକ ଗ୍ରାମ ରାଜ ସମଢିୟାଲରେ କୌଣସି ରାଜନୈତିକ ଦଳକୁ ନିର୍ବାଚନ ପ୍ରଚାର କରିବାକୁ ଦିଆଯାଏ ନାହିଁ। ଗ୍ରାମବାସୀମାନେ ମନେ କରନ୍ତି ଯେ ଗାଆଁରେ ନିର୍ବାଚନ ପ୍ରଚାର ହେଲେ ପରିବେଶ ପ୍ରଦୂଷିତ ହୋଇଯିବ। ଏହି ଗାଆଁରେ ଏଭଳି ଏକ ନିୟମ ଅଛି, ଯଦି ଜଣେ ନାଗରିକ ଭୋଟ୍‌ ନ ଦିଅନ୍ତି, ତେବେ ତାକୁ ୫୧ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ।

ଏହି ଗାଆଁର ସରପଞ୍ଚ ଅଶୋକ ଭାଇ ବାଘେରା କହନ୍ତି, ଆମର ପୂର୍ବତନ ସରପଞ୍ଚ ହରଦେବ ସିଂହ ଜାଡେଜାଙ୍କ ଅମଳରୁ ଏହି ଗାଆଁରେ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଛି। ଏହି ଗାଆଁରେ ଶତ ପ୍ରତିଶତ ଭୋଟିିଂ ହେବା ସମସ୍ତେ ଆଶା କରିଥାନ୍ତି। କିନ୍ତୁ ଗତ ନିର୍ବାଚନରେ ଏଠାରେ ୯୫ ରୁ ୯୬ ପ୍ରତିଶତ ଭୋଟିଂ ହୋଇଥାଏ।

ରାଜ ସମଢ଼ିୟାଲ ଗାଆଁ ଏହି କାରଣରୁ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି। ଏହି ଗାଆଁ ବି ଏକ ଆଦର୍ଶ ଗ୍ରାମ,ଏଠାରେ କୌଣସି ଘରେ ବା ଦୋକାନରେ ତାଲା ପଡ଼େ ନାହିଁ।

ସମ୍ବନ୍ଧିତ ଖବର