ନୂଆଦିଲ୍ଲୀ: କଂଗ୍ରେସର ପ୍ରଦର୍ଶନକୁ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ବାରି ହେବାରେ ଲାଗିଛି | ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କପିଲଙ୍କ ସିବଲଙ୍କ ବୟାନ ପରେ ଆଜି ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ | ସେ କହିଛନ୍ତି ଯେ ନିର୍ବାଚନରେ ​​ପରାଜୟକୁ ନେଇ ଆମେ ସମସ୍ତେ ଚିନ୍ତିତ। ଆମର ଲୋକଙ୍କର(କର୍ମୀଙ୍କର) ତୃଣମୂଳ ସ୍ତରରେ ଥିବା ଲୋକଙ୍କ ସହିତ ସମ୍ପର୍କ ସରିଗଲାଣି | ନିକଟରେ ହୋଇଥିବା ନିର୍ବାଚନରେ ​​କଂଗ୍ରେସର ଖରାପ ପ୍ରଦର୍ଶନ ଉପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି,' ବିଶେଷକରି ବିହାର ଏବଂ ଉପ-ନିର୍ବାଚନ ଫଳାଫଳକୁ ନେଇ ଆମେ ସମସ୍ତେ ଚିନ୍ତିତ।
ପରାଜୟ ପାଇଁ ମୁଁ ନେତୃତ୍ୱକୁ ଦାୟୀ କରେ ନାହିଁ | ଦଳ ସହ ଜଡିତ ଆମର ଲୋକଙ୍କ ସମ୍ପର୍କ ତୃଣମୂଳ ସ୍ତରରେ ଶେଷ ହୋଇଛି। କର୍ମୀମାନେ ପାର୍ଟିକୁ ଭଲ ପାଇବା ଉଚିତ୍ | ଗତ ୭୨ ବର୍ଷ ମଧ୍ୟରେ କଂଗ୍ରେସ ସର୍ବନିମ୍ନ ସ୍ଥିତିରେ ଅଛି'। ନ୍ୟୁଜ୍ ଏଜେନ୍ସି ଏଏନଆଇ କୁ ଦେଇଥିବା ଏକ ସାକ୍ଷାତକାରରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, 'ପାଞ୍ଚ ତାରକା ସଂସ୍କୃତି ଦ୍ୱାରା ନିର୍ବାଚନ ଜିତାଯାଇପାରିବ ନାହିଁ। ଆଜିର ନେତାଙ୍କ ସବୁଠାରୁ ବଡ ସମସ୍ୟା ହେଉଛି ଯଦି ସେମାନେ ପାର୍ଟି ଟିକେଟ ପାଆନ୍ତି, ତେବେ ସେମାନେ ପ୍ରଥମ ପାଞ୍ଚ ତାରକା ହୋଟେଲ ବୁକ୍ କରନ୍ତି | କୌଣସି ସ୍ଥାନକୁ ଯଦି ଖାଲଖମା ରାସ୍ତା ଅଛି, ସେମାନେ ଯିବାକୁ ପସନ୍ଦ କରୁନାହାନ୍ତି | ତେଣୁ ପାଞ୍ଚ ତାରକା ସଂସ୍କୃତି ଛାଡିବାର ସମୟ ଆସିଛି। ଆମେ ଏହାକୁ ନ ଛାଡିବା ପର୍ଯ୍ୟନ୍ତ କୌଣସି ନିର୍ବାଚନ ଜିତିପାରିବା ନାହିଁ' |
ସୂଚନା ଥାଉ କି ବିହାର ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ କପିଲ ସିବଲ ଜାତୀୟ ସ୍ତରର ଏକ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହଥିଲେ ଯେ କଂଗ୍ରେସ ଦଳର ଅବନତି ଘଟୁଛି, ଅନୁସନ୍ଧାନର ସମୟ ସମାପ୍ତ ହୋଇଛି ଏବଂ ଦଳ ନିଜର ଦୋଷ ଦୁର୍ବଳତାକୁ ଚିହ୍ନିବା ପାଇଁ ସାହସୀ ଏବଂ ଇଚ୍ଛୁକ ହେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/gulam.jpg)