ପୁଣି ଅପଦସ୍ତ ହେଲେ ଗୁଲାମ ନବି, ଜାମ୍ମୁ ଏୟାରପୋର୍ଟରୁ ଦିଲ୍ଲୀ ଫେରାଇଦିଆଗଲା

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଗୁଲାମ ନବି ଆଜାଦ ପୁଣି ଥରେ ଜମ୍ମୁ ଓ କଶ୍ମୀରରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି । ଆଜି ତାଙ୍କୁ ଜମ୍ମୁ ଏୟାରପୋର୍ଟରୁ ଦିଲ୍ଲୀ ଫେରାଇ ଦିଆଯାଇଛି । ଜମ୍ମୁରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସର ଏକ ବୈଠକରେ ଯୋଗ ଦେବାକୁ ସେ ଶ୍ରୀନଗର ଯାଉଥିଲେ ।

ସୂଚନାଯୋଗ୍ୟ ଯେ ଯେ ଆଜାଦ ଆଜି ଦିଲ୍ଲୀରୁ ବିମାନ ଯୋଗେ ଜମ୍ମୁ ଯାଇଥିଲେ । ତେବେ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସମୟ ପାଇଁ ଅଟକ ରଖାଯିବା ପରେ ପୁଣି ଥରେ ଦିଲ୍ଲୀଗାମୀ ଏକ ଫ୍ଲାଇଟରେ ବସାଇଦିଆଯାଇଥିଲା । ପୂର୍ବରୁ ଗତ ଅଗଷ୍ଟ ୮ରେ ତାଙ୍କୁ ଶ୍ରୀନଗର ଏୟାରପୋର୍ଟରେ କିଛି ସମୟ ପାଇଁ ଅଟକ ରଖାଯିବା ପରେ ଦିଲ୍ଲା ଫେରାଇଦିଆଯାଇଥିଲା । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବାକୁ ସେ ବିରୋଧ କରିଆସୁଛନ୍ତି ।

ସମ୍ବନ୍ଧିତ ଖବର