ମତେ ଲାଗୁନି ୨୦୨୪ରେ କଂଗ୍ରେସ ୩୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟର ସମ୍ଭାବନା ନେଇ ରାଜି ନାହାଁନ୍ତି । ଆଜାଦ କହିଛନ୍ତି ଯେ ସେ ଏପରି ସ୍ଥିତି ଦେଖୁନାହାଁନ୍ତି ଯେତେବେଳେ କଂଗ୍ରେସ ୩୦୦ ଲୋକସଭା ସାଂସଦଙ୍କୁ ନେଇ କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ କରିବ। ସୂଚନା ଥାଉ କି ଯେ ଆଜାଦ ମଧ୍ୟ ସେହି ୨୩ ନେତାଙ୍କ ଦଳର ମଧ୍ୟରେ ଜଣେ ଯିଏକି ଗତ ବର୍ଷ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସରେ ବ୍ୟାପକ ସଂସ୍କାର ଆଣିବାକୁ ଚିଠି ଲେଖିଥିଲେ।

ବୁଧବାର ଦିନ ଜମ୍ମୁକଶ୍ମୀରର ପୁଂଛରେ ଏକ ରାଲିକୁ ସମ୍ବୋଧିତ କରି ଆଜାଦ କହିଛନ୍ତି ଯେ, ‘ଭଗବାନ କରନ୍ତୁ ୨୦୨୪ ରେ କଂଗ୍ରେସ ୩୦୦ଟି ଆସନରେ ଜିତିବ, କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମତେ ତ ତାହା ଲାଗୁନାହିଁ’ | ସୂଚନା ଥାଉ କି ପୁଂଛରେ ଆଜାଦ, ପାର୍ଟି ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ, ‘ସଂସଦରେ ତିନିବର୍ଷ ଭିତରେ କେବଳ ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଧାରା ୩୭୦ ରଦ୍ଦ ହେବାନେଇ ପ୍ରସଙ୍ଗ ଉଠାଇ ଥିଲି | ସେତେବେଳେ କେହି କିଛି କହୁନଥିଲେ | କିନ୍ତୁ ଏବେ ଯେତେବେଳେ ମାମଲା ଯାଇ କୋର୍ଟରେ ପହଞ୍ଚିଲାଣି ସେବେ ଲୋକଙ୍କୁ ଖୁସି କରିବା ପାଇଁ ମୁଁ କିଛି କହିବି ନାହିଁ’ |


ଆଜାଦ ଆହୁରି କହିଛନ୍ତି, ‘ଧାରା ୩୭୦ ଉପରେ କେବଳ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇପାରିବେ। ଏହା ବ୍ୟତୀତ ଶାସକ ସରକାର କିଛି କରିପାରିବେ। ବର୍ତ୍ତମାନର ସରକାର ଏହାକୁ ଫେରାଇ ନେଇଛନ୍ତି, ତେବେ ଏହାକୁ କିପରି ପୁଣି ଆଣିବେ ? ମୁଁ ପ୍ରତିଶୃତି ଦେଇ ପାରିବି ନାହିଁ ଯେ ୨୦୨୪ରେ କଂଗ୍ରେସ ଦଳର ୩୦୦ ସାଂସଦ ହେବେ ଓ ମୁଁ ଏହାକୁ ଆଣିବି। ଭଗବାନ କରନ୍ତୁ ଦଳ ୩୦୦ ଟି ଆସନରେ ଜିତୁ କିନ୍ତୁ ମତେ ଲାଗୁନାହିଁ ଏହା ହେବ’ |

ସମ୍ବନ୍ଧିତ ଖବର