ନୂଆଦିଲ୍ଲୀ : କୁଏତ ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।
ତାଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ପୂର୍ବରୁ ଅସୁସ୍ଥ ଥିବା ସତ୍ତ୍ବେ ସେ ପ୍ରତିନିଧିମଣ୍ଡଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ସମୟରେ ଏପରି ରାଜନେତା ଖୋଜିବା କଷ୍ଟକର। ସେ କହିଥିଲେ ଯେ ଯେତେବେଳେ ଆମେ ହସ୍ପିଟାଲରେ ଗୁଲାମନବୀ ଆଜାଦଙ୍କୁ ଭେଟିବାକୁ ଗଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।
ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ପୂର୍ବରୁ ଅସୁସ୍ଥ ଥିବା ସତ୍ତ୍ବେ ସେ ପ୍ରତିନିଧିମଣ୍ଡଳରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଆଜିର ସମୟରେ ଏପରି ରାଜନେତା ଖୋଜିବା କଷ୍ଟକର। ସେ କହିଥିଲେ ଯେ ଯେତେବେଳେ ଆମେ ହସ୍ପିଟାଲରେ ଗୁଲାମନବୀ ଆଜାଦଙ୍କୁ ଭେଟିବାକୁ ଗଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।
ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ଯେଉଁ ପ୍ରତିନିଧିମଣ୍ଡଳର ଅଂଶ, ତାହାର ନେତୃତ୍ୱ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନେଉଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସମୟରେ ସେ ଲେଖିଛନ୍ତି ଯେ ଆଜାଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।
‘ଏକ୍ସ’ରେ ବୈଜୟନ୍ତ ଲେଖିଛନ୍ତି, "ଆମର ପ୍ରତିନିଧିମଣ୍ଡଳର ଗସ୍ତ ମଧ୍ୟରେ ଗୁଲାମ ନବୀ ଆଜାଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ତାଙ୍କ ଅବସ୍ଥା ସ୍ଥିର ଅଛି, ସେ ଡାକ୍ତରୀ ତଦାରଖରେ ଅଛନ୍ତି ଏବଂ କିଛି ପରୀକ୍ଷା କରାଯିବ। ବାହାରିନ ଏବଂ କୁଏତରେ ଅନୁଷ୍ଠିତ ବୈଠକରେ ତାଙ୍କର ଅବଦାନ ବହୁତ ପ୍ରଭାବଶାଳୀ ଥିଲା ଏବଂ ସେ ଅସୁସ୍ଥ ହୋଇଯାଇଥିବାରୁ ଆମେ ନିରାଶ। ଆମେ ସାଉଦି ଆରବ ଏବଂ ଆଲଜେରିଆରେ ତାଙ୍କର ଉପସ୍ଥିତିକୁ ମିସ୍ କରିବୁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/27/VkrM7pq9qq4l7OOY3CSj.jpg)