ଇରାନ-ଆମେରିକା ଯୁଦ୍ଧ ଲାଗିଲେ ଭାରତରେ ପେଟ୍ରୋଲ ଦର ଟ.୧୦୦ ଟପିଯିବା ଆଶଙ୍କା, କାହିଁକି ଜାଣନ୍ତୁ ..

ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ତୀକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି । ଆଜି ଆମେରିକା ଇରାନ ଉପରେ ଆକ୍ରମଣ କରୁ କରୁ ଶେଷ ମୂହୂର୍ତ୍ତରେ ନିଜ ନିଷ୍ପତ୍ତି ବଦଳାଇଥିଲା । ଏହା ସତ୍ତ୍ୱେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢିଚାଲିଛି । ଯୁଦ୍ଧ ଲାଗିଲେ ତାହା କେବଳ ଇରାନ ନୁହେଁ, ଭାରତ ସମେତ ସମଗ୍ର ବିଶ୍ୱର ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିବ । ଭାରତ ଓ ଚୀନ ପରି ତୈଳ ଆମଦାନୀକାରୀ ଦେଶ ଅଧିକ କ୍ଷତିରେ ପଡିବା ଆଶଙ୍କା ରହିଛି ।

କାରଣ ଭାରତ, ଚୀନ, ଜାପାନ ଓ ଅନ୍ୟାନ୍ୟ ଏସୀୟ ଦେଶକୁ ଇରାନ ଜଳସୀମାରେ ଆସୁଥିବା ଷ୍ଟ୍ରେଟ ଅଫ ହରମୁଜ ଦେଶ ତୈଳ ଆମଦାନୀ କରନ୍ତି । ଭାରତକୁ ଆସୁଥିବା ମୋଟ ତୈଳର ୫୦ ପ୍ରତିଶତରୁ ଅଧିକ ତେଲ ଏହି ଷ୍ଟ୍ରେଟ ଅଫ ହରମୁଜ ଦେଇ ଆସିଥାଏ । କିନ୍ତୁ ଆମେରିକା ଯଦି ଇରାନ ଉପରେ ଆକ୍ରମଣ କରେ, ତେବେ ଇରାନ ଏହି ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିବାର ସମ୍ଭାବନା ରହିଛି । ଏପରି ହେଲେ ଭାରତକୁ ତେଲ ଏହି ବାଟ ଦେଇ ଆସିପାରିବ ନାହିଁ । ବାଧ୍ୟ ହୋଇ ଭାରତ ୟେମେନ ନିକଟରେ ଥିବା ଗଲ୍ଫ ଅଫ ଆଡେନ ବାଟ ଦେଇ ତେଲ ଆଣିବାକୁ ପଡିବ । ଏହା ଫଳରେ ତେଲର ପରିବହନ ଖର୍ଚ୍ଚ ଅନେକ ବଢିଯିବ । ଏପରି ହେଲେ ଭାରତରେ ତେଲ ଦର ଆକାଶଛୁଆଁ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର